ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର ଶିକ୍ଷା ବ୍ୟବସ୍ଥା ଏପରି ଯେ କେଉଁ ସ୍କୁଲରେ ଶିକ୍ଷକ ଆବଶ୍ୟକତା ଠାରୁ ଅଧିକ ଥିବା ବେଳେ କେତେ ଗୁଡିଏ ସ୍କୁଲରେ ଶିକ୍ଷକର ଆବଶ୍ୟକତା ରହିଥିବା ବେଳେ ଶିକ୍ଷକ ପଦବୀ ପୂରଣ ହୋଇ ନଥିବା ଅଭିଯୋଗ ହେଉଛି । ଜନ ପ୍ରତିନିଧି ମାନେ ସମିତି ବୈଠକ ଓ ଜିଲ୍ଲା ପରିଷଦ ବୈଠକରେ ଗୃହରେ ପ୍ରଶ୍ନ କରିଥିଲେ ସୁଦ୍ଧା ତାହାର ସ୍ଥାୟୀ ସମାଧାନ ହୋଇ ପାରୁନାହିଁ । ଅନ୍ୟ ବ୍ଳକ ରୁ ଶିକ୍ଷକ ଡେପୁଟେସନ ରେ ଆସି ସ୍ଥାୟୀ ଭାବେ ସେହି ସ୍କୁଲରେ ନିଯୁକ୍ତି ଦିଆଯିବା ଜଣା ପଡ଼ିଛି । ବର୍ତ୍ତମାନ ବି କିଛି ସ୍କୁଲରେ ଦୀର୍ଘ ବର୍ଷ ହେଲା କାର୍ଯ୍ୟରତ ଥିଲେ ମଧ୍ୟ ଅନ୍ୟତ୍ର ବଦଳି ନହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏପଟେ ଛାତ୍ର ଛାତ୍ରୀ ଅନୁପାତରେ ସ୍କୁଲରେ ଶିକ୍ଷକ ନିଯୁକ୍ତି ଦିଆଯାଉଥିବା କୁହା ଯାଉଥିବା ବେଳେ ବା ରେସନୋଲାଇଜ ଅନୁସାରେ ଶିକ୍ଷକ ନିଯୁକ୍ତି ଦିଆ ଯାଉଥିବା କୁହାଯାଉଛି । କିନ୍ତୁ ବିଭିନ୍ନ ସ୍କୁଲରେ ତାହାର ବିକଳ୍ପ ଚିତ୍ର ଦେଖିବାକୁ ମିଳିଛି । ଏହାର ସ୍ଥାୟୀ ସମାଧାନ ହେଲେ ଶିକ୍ଷାର ବିକାଶ ହୋଇ ପାରିବ ବୋଲି ଆଶା କରାଯାଉଛି ।