ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବେପରୁଆ ଭାବେ ଗାଡିକୁ ଦ୍ରୁତ ଗତି ରେ ଚଳାଇବାରୁ ଘଟିକା ଦୁର୍ଘଟଣା ! ଡ୍ରାଇଭର ଅସାବଧାନତା ଯୋଗୁଁ ଓଲଟି ପଡିଲା ଗାଡି , ଅଳ୍ପକେ ବର୍ତ୍ତିଲେ ଚାଳକ । ଘଟଣା ଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଣପୁର ବାଇପାସ ୧୬ ନମ୍ବର ଜାତୀୟ ରାଜପଥରେ, ଏକ ପାର୍ସଲ ବୋଝେଇ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଓଲଟି ପଡ଼ିଛି l ସୂଚନା ମୁତାବକ ଖଲ୍ଲୀକୋଟରୁ ଫ୍ଲିପକାର୍ଟ କୋରିଅର ସାମଗ୍ରୀ ନେଇ ଏକ ଗାଡ଼ି କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳକୁ ଯାଉଥିବା ବେଳେ ବାଣପୁର ଥାନା ଅନ୍ତର୍ଗତ ବାଲୁଗାଁ ବାଣପୁର ୧୬ ନମ୍ବର ଜାତୀୟ ରାଜପଥ ବିଷ୍ଣୁଡ଼ିହ ଛକ ନିକଟରେ ଭାରସାମ୍ୟ ହରାଇ ଲେଉଟି ପଡିଥିଲା l ଏହି ଦୁର୍ଘଟଣାରେ କଟକ ସାଲେପୁର ଅଞ୍ଚଳର ଗାଡ଼ିଚାଳକ ସୁଶାନ୍ତ ଦାସ (୪୦) ଗୁରୁତର ଆହତ ହୋଇଛନ୍ତି । ସଙ୍ଗେ ସ୍ଥାନୀୟ ଲୋକେ ଗାଡ଼ି ଚାଳକ ସୁଶାନ୍ତ ଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ , ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଖବର ପାଇ ବାଣପୁର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି l
୧୬ ନମ୍ବର ଜାତୀୟ ରାଜପଥ ଉପରେ ଭାରସାମ୍ୟ ହରାଇ ଓଲଟି ପଡିଲା ଫ୍ଲିପକାର୍ଟ ସାମଗ୍ରୀ ବୋଝେଇ ଭ୍ୟାନ !!!

