ଆବାସ ତାଲିକା ରେ ଯୋଗ୍ୟ ହିତାଧିକାରୀଙ୍କ ନାମ ବାଦ୍ ପଡିବା ପ୍ରତିବାଦରେ ବିଜେପିର ଗଣ ବିକ୍ଷୋଭ !!!

Spread the love

ରାସଗୋବିନ୍ଦପୁର ( ଆୱାଜ ମିଡ଼ିଆ ) – ଚନ୍ଦନ କୁମାରଦାସ : ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ ସମୁଖ ରେ ଜିଲ୍ଲା ବିଜେପି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ଯୋଗ୍ୟ ହିତାଧିକାରୀ ମାନେ ବିକ୍ଷୋଭ ରେ ସାମିଲ ହୋଇ ରାସଗୋବିନ୍ଦପୁର ବ୍ଲକ ସମୁଖ ରେ ଧାରଣା ଦେଇଥିଲେ । ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜାରି କରାଯାଇଥିବା ତାଲିକା ରେ ଅନିୟମିତତା ଥିବା, ଫନି ବାତ୍ୟା ଓ ହାତୀ ଉପଦ୍ରବ ତଥା ଭୂମିହିନ ଗରିବ ଲୋକ ଙ୍କ ଆବାସ ତାଲିକା ରେ ନାମ ନଥିବାରୁ ଜିଲ୍ଲା ବିଜେପି ବିଭିନ୍ନ ଦାବି ନେଇ ବ୍ଲକ ଘେରାଉ କରିଥିଲେ । ଜିଲ୍ଲା ବିଜେପି ସଭାପତି କାନ୍ଦରା ସୋରେନ, ପୂର୍ବତନ ବିଜେପି ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର, ବ୍ଲକ ବିଜେପି ସଦସ୍ୟ ପୂରୁଷତ୍ତମ ଦେ, ସୁଧିର କୁମାର ଘୋଷ ପ୍ରମୁଖ ନେତା ମାନେ ଉପସ୍ଥିତ ହୋଇ ଆବାସ ତାଲିକା ରେ ଯୋଗ୍ୟ ହିତାଧିକାରୀଙ୍କ ସପକ୍ଷରେ ପ୍ରତିବାଦ କରିଥିଲେ । ତେବେ ଅଯୋଗ୍ୟ ହିତାଧୀକାରୀଙ୍କୁ ଚିହ୍ନଟ କରି, ଯୋଗ୍ୟ ହିତାଧିକାରୀଙ୍କୁ ବାସଗୃହ ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି କୁହା ଯାଉଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କ ନାମ କଟାଯାଇ ଓଡ଼ିଶା ସରକାର ଦଳୀୟ ଅଯୋଗ୍ୟ ହିତାଧୀକାରୀ ଙ୍କୁ ଆବାସ ଗୃହ ତାଲିକା ରେ ସାମିଲ କରିଛନ୍ତି ବୋଲି, ପୂର୍ବତନ ବିଜେପି ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର ଅଭିଯୋଗ କରିଥିଲେ। ତେବେ ଆବାସ ତାଲିକା ରୁ ଅଯୋଗ୍ୟ ହିତାଧୀକାରୀଙ୍କ ନାମ ନାମ ବାଦ୍ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ବାସଗୃହ ନ ଯୋଗାଇଲେ, ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଥିଲେ । ଭୂମିହୀନ, ବାତ୍ୟା ରେ ବାସହରା ଓ ହାତୀ ଭାଙ୍ଗି ଦେଇଥିବା ଏବଂ ପଲିଥିନ ତଳେ ଜୀବନ ବିତାଉଥିବା ଗରିବ ଲୋକଙ୍କୁ ତୁରନ୍ତ ବାସଗୃହ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ରାସଗୋବିନ୍ଦପୁର ବିତିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *