ଚାହୁଁ ଚାହୁଁ ତିନି ବର୍ଷ ବିତିଗଲା : ହେଲେ ଏବେବି ଆଖି ରୁ ଲୁହ ଶୁଖୁନି !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଚାହୁଁ ଚାହୁଁ ତିନି ବର୍ଷ ବିତିଗଲା , ଘର ପରିବାର ସାଙ୍ଗ ସାଥି ବନ୍ଧୁ ବାନ୍ଧବ ସମସ୍ତଙ୍କୁ ପର କରି ଆରପାରିକୁ ଚାଲିଗଲେ ସାମ୍ବାଦିକ ଆଦିତ୍ୟ ରଣସିଂହ ଏବଂ ସାମାଜିକ କର୍ମୀ ଭଗବାନ ସ୍ୱାଇଁ ! ହେଲେ ଏବେବି ଆଖି ରୁ ଲୁହ ଶୁଖୁନି ! ସେମାନଙ୍କୁ ଝୁରୁଛି ଗାଁ ! 2020 ଫ୍ରେବୁଆରି 15 ତାରିଖରେ ବାଙ୍କୀ ଥାନା ଜୋକଲାଞ୍ଜୀ ରେ ଘଟିଥିଲା ବୀଭତ୍ସ ହତ୍ୟାକାଣ୍ଡ ! ରାଜନୈତିକ ଶତ୍ରୁତା କାରଣରୁ ନୂଆଗାଁ ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଏବଂ ତାଙ୍କ ବନ୍ଧୁ ସାମ୍ବାଦିକ ଆଦିତ୍ୟ ରଣସିଂହ ଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରିଥିଲେ ବିଜେଡିର କର୍ମୀ ଏବଂ ନେତା ! ହତ୍ୟା ଘଟଣା ପରେ ପୁରା ସ୍ତବ୍ଧ ହୋଇଯାଇଥିଲା ବାଙ୍କୀ ! ଅସନ୍ତୋଷର ନିଆଁରେ କୁହୁଳିଥିଲା ସମଗ୍ର ପଶ୍ଚିମ ବାଙ୍କୀ ! ବାଙ୍କୀ ପୁଲିସ ଘଟଣାର ତଦନ୍ତ କରି ପ୍ରାୟତଃ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସମୟରେ ଏବେ ସମସ୍ତେ ଜେଲ ର ଚାରିକାନ୍ଥ ଭିତରେ ! ନ୍ୟାୟାଳୟରେ ଚାଲିଛି ବିଚାର ପ୍ରକ୍ରିୟା ! ସମୟ ଗଡି ଚାଲିଛି , ବିଚାର ସରିବ , ଦୋଷୀ ଦଣ୍ଡ ପାଇବେ ! ହେଲେ ଆଉ ଫେରିବେନି ଭଗବାନ ସ୍ୱାଇଁ ଆଉ ଆଦିତ୍ୟ ! ଏହା ସମସ୍ତଙ୍କୁ ବ୍ୟଥିତ କରୁଛି !

Leave a Reply

Your email address will not be published. Required fields are marked *