ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଓରମି ସେବା ସମବାୟ ର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି ! ସମିତିର ସମ୍ପାଦିକା ମଧୁସ୍ମିତା ପାଟଶାଣି , ପ୍ରେସିଡେଣ୍ଟ ପ୍ରମୋଦ କୁମାର ବଳିଆସିଂହ , ଖୋର୍ଦ୍ଧା କୋପରଟିଭ ବ୍ୟାଙ୍କ ର ଏମଆଇସି ଲଳିତକୁମାର କର ଏବଂ ଓରମି ସୋସାଇଟି ପୂର୍ବତନ ପ୍ରେସିଡେଣ୍ଟ ନରେନ୍ଦ୍ର ମଙ୍ଗରାଜ , ପୂର୍ବତନ ସରପଞ୍ଚ ଜୟ କୃଷ୍ଣ ବଳିୟାରସିଂହ , ସଭ୍ୟ ବୃନ୍ଦ ଙ୍କୁ ନେଇ ବୈଠକ ଆରମ୍ଭ ହୋଇଥିଲା ! ଏବର୍ଷ ଚାଷୀ ମାନଙ୍କୁ କିଭଳି ଅଧିକ ଋଣ ପ୍ରଦାନ କରାଗଲେ ଚାଷୀ ମାନେ ଅଧିକ ସ୍ୱାବଲମ୍ବୀ ହୋଇପାରିବେ ଏବଂ ଭୂମି ହୀନମାନଙ୍କୁ କିପରି ଋଣ ପ୍ରଦାନ କରାଯିବ ଓ ବିନା ସୁଦ୍ଧରେ ସ୍ଵୟଂସହାୟକ ଗୋଷ୍ଠୀ ଙ୍କୁ କିପରି ଋଣ ପ୍ରଦାନ କରାଯାଇ ପାରିବ ଏହା ଉପରେ ଗୁରୁତ୍ୱ ଦିଆଯାଇ ଆଲୋଚନା କରାଯାଇଥିଲା !
ଓରମି ସେବା ସମବାୟ ର ସାଧାରଣ ସଭା !!!

