ଏଜି ଆନ୍ତଃ ବିଭାଗୀୟ ଭଲିବଲ ପ୍ରତିଯୋଗିତା ଉଦଯାପିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଏଜି ଆନ୍ତଃ ବିଭାଗୀୟ ଭଲିବଲ ପ୍ରତିଯୋଗିତା ଉଦଯାପିତ l ଏଜି ରିକ୍ରେସନ କ୍ଲବ ଆନୁକୂଲ୍ୟରେ ପୁରୁଣା ଏଜି କଲୋନୀ ଭଲିବଲ ପଡିଆ ଠାରେ ଅନୁଷ୍ଠିତ ହେଉଥିବା ଏଜି ଆନ୍ତଃ ବିଭାଗୀୟ ଭଲିବଲ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି l କ୍ଲବର ଉପ ସଭାପତି ଅଶୋକ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ପ୍ରଧାନ ମହାଲେଖାକାର ରାଜ କୁମାର, ମୁଖ୍ୟ ଅତିଥି, ମହାଲେଖାକାର ବିଶ୍ୱନାଥ ସିଂହ ଜାଦୋନ, ଉପ ମହାଲେଖାକାର ଏସ. ଅରୁଣା, ସଚିନ କୌଶିକ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଭଲିବଲକୁ ଲୋକପ୍ରିୟ ଓ ଯୁବ ପିଢ଼ି ମଧ୍ୟରେ ଆଗ୍ରହ ସୃଷ୍ଟି ଉଦେଶ୍ୟରେ ରିକ୍ରେସନ କ୍ଲବର ଉଦ୍ୟମକୁ ପ୍ରଶଂସା କରିଥିଲେ l କ୍ଲବର ସାଧାରଣ ସମ୍ପାଦକ ଆଗାମୀ ଦିନରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଭଲିବଲ ଖେଳିବା ପାଇଁ ତାଲିମ ପ୍ରଦାନ କରିବାକୁ ଉଦ୍ୟମ କରାଯିବ ବୋଲି ପ୍ରକାଶ କରିଥିଲେ l ମୁଖ୍ୟ ଅତିଥି ପ୍ରଧାନ ମହାଲେଖାକାର ରାଜକୁମାର ଓ ମହାଲେଖାକାର ଜାଦୋନ ଚମ୍ପିୟାନ ଓ ରନର୍ସ ଦଳକୁ ଟ୍ରଫି ଓ ରନର୍ସ କପ ପ୍ରଦାନ କରିଥିଲେ l
ସେମି ଫାଇନାଲରେ ପୁରୀ ଦଳ ମୟୁରଭଞ୍ଜ ଦଳକୁ 2-0 ସେଟରେ ଓ ଗଞ୍ଜାମ ଦଳ ଭୁବନେଶ୍ୱର ଦଳକୁ 2-0 ସେଟରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ l ଫାଇନାଲରେ ଗଞ୍ଜାମ ଦଳ ପୁରୀ ଦଳକୁ 15-13 ଓ 15-8 ସେଟରେ ହରାଇ ଚାମ୍ପିୟନ ଟ୍ରଫି ହାସଲ କରିଥିବା ବେଳେ ଦଳ ରନର୍ସ ଅପ ହୋଇଥିଲେ l ଆଜି ଅନୁଷ୍ଠିତ ଫାଇନାଲ ଓ ସେମି ଫାଇନାଲ ଖେଳକୁ ଭଲିବଲ ଆନ୍ତଜାର୍ତିକ ରେଫରି ସୁଦର୍ଶନ ପଟ୍ଟନାୟକ, ପୁଲିନ ବିହାରୀ ବେହୁରାୟ, ଅବନୀକାନ୍ତ ଗିରି, ରାଜେଶ ସିଂହ ରମାକାନ୍ତ ମିଶ୍ର, ବୈଦ୍ୟନାଥ ଦାଶ ଓ ଏସ.ଏସ.ମହାନ୍ତି ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *