ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ବାଙ୍କୀ ଶାଖା ଗଠିତ ! ବାଙ୍କୀ ବ୍ଲକ୍ ବୈଦେଶ୍ୱର ଅମରନାଥ ମନ୍ଦିର ପରିସର ରେ ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂଘ ପକ୍ଷରୁ ବୈଦେଶ୍ୱର୍ ମୂଖ୍ୟ ଛକ ରୁ ବାଇକ୍ ଶୋଭାଯାତ୍ରା ରେ ବାହାରି ଆମରନାଥ ମନ୍ଦିର ପର୍ଯ୍ୟନ୍ତ ଶେଷ ହୋଇଥିଲା । ସେଠାରେ ଏକ ବୈଠକ ଅନୁଷ୍ଟିତ ହୋଇଥିଲା। ବୈଠକ ରେ ପାଖାପାଖି ୫୦ରୁ ଉର୍ଦ୍ଧ ଅଞ୍ଚଳ ଡ୍ରାଇଭର ଯୋଗ ଦେଇଥିଲେ । ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ନୂର୍ତନ୍ କର୍ମ କର୍ତ୍ତା ଚୟନ କରାଯାଇଥିଲା। ବୈଠକରେ ଓଡ଼ିଶା ମୋଟର ଚାଳକ ସଂଘ ର ନୂତନ ସଭାପତି ରୂପେ ଯଦୁମଣି ବେହେରା, ଉପ ସଭାପତି ରୂପେ ଅଜୟ କୁମାର ସେଠୀ, ସମ୍ପାଦକ ରୁପେ ଅଭୟ କୁମାର ସ୍ବାଇଁ, ସହ ସମ୍ପାଦକ ରୁପେ ଅଖିଳ ମହାଳିକ, ସଙ୍ଗଠନ ସମ୍ପାଦକ ରୁପେ ଭାବଗ୍ରାହି ପ୍ରଧାନ, ଉପ ସମ୍ପାଦକ ରୁପେ ଆରୁତା କୁମାର ପରିଡ଼ା, କୋଷାଧ୍ୟକ୍ଷ ରୁପେ ଆଶିତି କୁମାର ବେହେରା, ଉପଦେଷ୍ଟା ରୁପେ ନିର୍ମଳ ଦଳେଇ ଙ୍କୁ ମନୋନୀତ କରାଯାଇଥିଲା। ନୂତନ କର୍ମ କର୍ତ୍ତା ମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ନୂଆ କରି ଓଡ଼ିଶା ମୋଟର ଚାଳକ ସଂଘ ରେ ଯୋଗଦେଇ ଥିବା ଡ୍ରାଇଭର ମାନଙ୍କୁ ସଂଘ ପକ୍ଷରୁ ଆଇକାର୍ଡ ପ୍ରଦାନ କରାଯାଇଥିଲା। ଡ୍ରାଇଭର ମାନଙ୍କର ମୌଳିକ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ପରେ ମନ୍ଦିର ପରିସର ରେ ପ୍ରସାଦ ସେବନ ପରେ ବୈଠକ ସମାପନ କରାଯାଇଥିଲା ।
ବୈଦେଶ୍ୱର ଅମରନାଥ ମନ୍ଦିର ପରିସର ରେ ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ପ୍ରସ୍ତୁତି ବୈଠକ !!!

