ବଡ଼ମ୍ବା ପଞ୍ଚାୟତ ସମିତି ପକ୍ଷରୁ ଓଡିଶା ଦିବସ ପାଳିତ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ପବିତ୍ର ଓଡିଶା ଦିବସ ଅବସରରେ ବଡ଼ମ୍ବା ବ୍ଲକ ପରିସରରେ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବଡ଼ମ୍ବା ନରସିଂହପୁରର ବିଧାୟକ ବିଜୟ କୁମାର ଦଳବେହେରା, ସମ୍ମାନିତ ଅତିଥି ରୂପେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ରବିନ୍ଦ୍ର ସାହୁଙ୍କ ସହିତ ସ୍ବାଧୀନତା ସଂଗ୍ରାମୀ ବ୍ରଜ ସୁନ୍ଦର ଦାସ ଯୋଗ ଦେଇଥିଲେ । ପରେ ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ବଡ଼ମ୍ବା ବ୍ଲକର ସମସ୍ତ ୩୮ଟି ପଞ୍ଚାୟତରେ ସାଧାରଣ ଗରିବ ଲୋକ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ କିଭଳି ସହଜରେ ପାଇବେ ସେ ସଂପର୍କରେ ପ୍ରଶାସନ ସଜାଗ ରହିବାକୁ ନିର୍ଦ୍ଦେଶ ଦେବା ସହିତ ନିଜର ଅଭିଭାଷଣରେ ବିଧାୟକ ଶ୍ରୀ ଦଳବେହେରା ଆଗାମୀ ଦିନରେ ବଡ଼ମ୍ବାରେ ଚିନିକଳ ଚାଲିବା ସହିତ ପିଇବା ପାଣି ସମସ୍ୟା ରହିବନି ବୋଲି କହିଥିଲେ । ବଡ଼ମ୍ବା ବ୍ଲକର ସ୍ବାଧୀନତା ସଂଗ୍ରାମୀ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ମାନଙ୍କ ସହିତ ଉପସ୍ଥିତ ସାମ୍ବାଦିକଙ୍କୁ ବିଧାୟକ ଙ୍କ ଦ୍ୱାରା ସମ୍ବର୍ଦ୍ଧନା ପ୍ରଦାନ କର ଯାଇଥିଲା । ପରିଶେଷରେ ବଡ଼ମ୍ବା ବ୍ଲକ ବିଡ଼ିଓ ଚିତ୍ତରଞ୍ଜନ ଦାସ ନିଜର ଅଭିଭାଷଣରେ ସାଧାରଣ ଗରିବ ଅସହାୟ ଲୋକଙ୍କ ପାଖରେ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସମସ୍ତ ପ୍ରକାର ସହାୟତା ଦିଆଯିବ ବୋଲି କହିଥିଲେ । ବଡ଼ମ୍ବା କଳା ତୀର୍ଥ ଦ୍ବାରା ପରିବେଷିତ ଲୋକନୃତ୍ୟ “ଢଣ କୋଇଲା “ରେ ବିମୋହିତ ହୋଇଥିଲେ ଦର୍ଶକ ।

Leave a Reply

Your email address will not be published. Required fields are marked *