ଗ୍ୟାସ ର ଦାମ ବୃଦ୍ଧି ଯୋଗୁଁ ଲୋକେ ହନ୍ତସନ୍ତ, ହୋଟେଲ ଠାରୁ ଆରମ୍ଭ କରି ଟିଫିନ୍ ଷ୍ଟଲ ରେ ମୂଲ୍ୟ ବୃଦ୍ଧି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗ୍ୟାସ ର ଦାମ ବୃଦ୍ଧି ଯୋଗୁଁ ଲୋକେ ହନ୍ତସନ୍ତ, ହୋଟେଲ ଠାରୁ ଆରମ୍ଭ କରି ଟିଫିନ୍ ଷ୍ଟଲ ରେ ମୂଲ୍ୟ ବୃଦ୍ଧି ! ଏଥି ପ୍ରତି ଜିଲ୍ଲା ପ୍ରଶାସନ ର ଦୃଷ୍ଟି ପଡ଼ିବ କେବେ ? ଗଜପତି ଜିଲ୍ଲାରେ ବର୍ତ୍ତମାନ ଦରଦାମ ବୃଦ୍ଧି ଯୋଗୁଁ ଲୋକେ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଗ୍ୟାସ ଦାମ ବୃଦ୍ଧି ପାଉଛି , ତାସାଙ୍ଗକୁ କଳାବଜାରୀ ଙ୍କ ଦୌରାତ୍ମ୍ୟ ! ରାସନ୍ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ପାଇଛି , ଯାହା ଫଳ ରେ ସିଧା ଖାଉଟି ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଟିଫିନ୍ ଦୋକାନରେ ଏପରି ଦରଦାମ ବୃଦ୍ଧି ହୋଇଛି ଯେ ସାଧାରଣ ଲୋକଟି ଭୋକ ଲାଗିଲେ ମଧ୍ୟ ଖାଇବାକୁ ଇଚ୍ଛା ପ୍ରକାଶ କରୁନି ସେହିଭଳି ହୋଟେଲ ରେ ମଧ୍ୟ ଦର ଦାମ ବୃଦ୍ଧି ପାଉଛି ! ସବୁରି କାରଣ ହେଉଛି ଗ୍ୟାସ ଦର ବୃଦ୍ଧି ! ଏବଂ ଗ୍ୟାସ ର କଳା ବଜରି ଯୋଗୁଁ ଏପରି ଅବସ୍ଥା ଯେ , ଘରୋଇ ଉପଭୋକ୍ତା ଗ୍ୟାସ ସିଲଣ୍ଡର ବିକ୍ରି କରୁଛନ୍ତି । ଯେଁଉ ସିଲଣ୍ଡର ହଜାର ଟଙ୍କା ତାହା ଦୁଇ ହଜାର ଟଙ୍କାରେ କ୍ରୟ କରିବାକୁ ପଡୁଛି ହୋଟେଲ ଟିଫିନ୍ ଦୋକାନ ଏବଂ ଫାଷ୍ଟ ଫୁଡ୍ ଦୋକାନୀ ମାନଙ୍କୁ ! କଳାବଜ।ରୀ କରୁଥିବା ଲୋକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକତା ରହିଛି ।

Leave a Reply

Your email address will not be published. Required fields are marked *