ପାରଳାଖେମୁଣ୍ଡି ଜଙ୍ଗମୁସାହି ଛକରେ ରାସ୍ତା ରୋକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ୩ ଦିନ ଧରି ବିଦ୍ୟୁତ ସେବା ବନ୍ଦ ଥିବା ପ୍ରତିବାଦରେ ଆଜି ପାରଳାଖେମୁଣ୍ଡି ଜଙ୍ଗମୁସାହି ଛକରେ ଅଞ୍ଚଳବାସୀଙ୍କ ରାସ୍ତା ରୋକ ଆନ୍ଦୋଳନ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗତ ୩ ଦିନ ଧରି ଅଞ୍ଚଳରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିବାରୁ ପାଣି ସମସ୍ୟା ସହ ଦୈନନ୍ଦିନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବାରମ୍ବାର ବିଦ୍ୟୁତ ବିଭାଗକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ହୋଇ ନଥିବାରୁ ଲୋକମାନେ କ୍ଷୁବ୍ଧ ହୋଇ ରାସ୍ତା ଅବରୋଧ କରିଥିଲେ । ଫଳରେ କିଛି ସମୟ ପର୍ଯ୍ୟନ୍ତ ଯାତାୟାତ ବ୍ୟାହତ ହୋଇଥିଲା , ପରେ ପ୍ରଶାସନ ଓ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *