ଅଚଳ ହୋଇ ପଡି ରହିଛି ନୂଆ ବସଷ୍ଟାଣ୍ଡ ରେ ପୌର ପରିଷଦ ପକ୍ଷରୁ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ନୂତନ ବସଷ୍ଟାଣ୍ଡ ଠାରେ ପୌର ପରିଷଦ ପକ୍ଷ ରୁ ଯାତ୍ରୀଙ୍କ ସକାଶେ ଶୁଦ୍ଧ ପାନୀୟ ଜଳ ର ବ୍ୟବସ୍ଥା କରାଯାଇଥିଲା ! କିନ୍ତୁ ତାହା ଯାତ୍ରୀ ଙ୍କ କାମରେ ଲାଗୁ ନାହିଁ , ଦୀର୍ଘ ଦିନ ଧରି ତାହା ଅଚଳ ହୋଇ ପଡିଛି । ଯାହା ଫଳରେ ଯାତ୍ରୀ ଶୁଦ୍ଧ ପାନୀୟ ଜଳ ପାଇ ପାରୁ ନାହାଁନ୍ତି । ଯାତ୍ରୀ ଟଙ୍କା
ଖର୍ଚ୍ଚ କରି ପାଣି ବୋଟଲ କ୍ରୟ କରୁଛନ୍ତି । ଯାତ୍ରୀ ଙ୍କ ସକାଶେ ଶୁଦ୍ଧ ପାନୀୟ ଜଳ ଯୋଗାଇବା ଆବଶ୍ୟକତା ରହିଛି , ବର୍ତ୍ତମାନ ପାରଳା ସହର ରେ ତାପ ମାତ୍ର ବୃଦ୍ଧି ପାଇବାରେ ଲାଗିଛି । ପୌର ପରିଷଦ ପକ୍ଷରୁ ଯାତ୍ରୀଙ୍କୁ ଥଣ୍ଡା ପାନୀୟ ଜଳ ଯୋଗାଇ ଦେଲେ ଯାତ୍ରୀ ମାନେ ଉପକୃତ ହୋଇ ପାରିବେ । ଘଟଣା ନେଇ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଯୋଗ ଯୋଗ କରିଲେ , ନିକଟସ୍ଥ ଆହାର କେନ୍ଦ୍ର ନିକଟରେ ଅଛି , ସେଠି ଯାଇ ପାଣି ପିଅ ବୋଲି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *