ପାରଳାଖେମୁଣ୍ଡି ପୁଲିସ ର ସ୍ୱତନ୍ତ୍ର ମଦ ବିରୋଧୀ ଅଭିଯାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଏସ୍‌.ପି.ଙ୍କ ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡି ସହର ଓ ଗ୍ରାମାଞ୍ଚଳରେ ବେଆଇନ ମଦ ବ୍ୟବସାୟ ବିରୋଧରେ ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି । ଗୁଇନ୍ଦା ସୂଚନା ଆଧାରରେ ଗଠିତ ଏକ ସ୍ୱତନ୍ତ୍ର ପୋଲିସ ଦଳ ଆଜି ଅପରାହ୍ନରେ ଜଗିଲି ସାହି ଏବଂ ଓମ୍ ଶାନ୍ତି କଲୋନୀ ଅଞ୍ଚଳରେ ବେଆଇନ ଚୋରା ମଦ ବିକ୍ରି କରୁଥିବା ବ୍ୟକ୍ତି ଓ ତାଙ୍କ ଦୁଇଟି ଘର ଉପରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଢୋବା ସାହି ନିକଟସ୍ଥ ଅଞ୍ଚଳର ଶ୍ରୀନିବାସ ବେହେରା (୪୯) ଏବଂ ଜଗିଲି ସାହିର ତାଲାକାନି ଭାରତୀ (୪୫)ଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ନିକଟରୁ ମୋଟ ୨୧୦ ଲିଟର ଚୋରା ମଦ ଜବତ କରାଯାଇଛି । ଏହି ଘଟଣାରେ ପାରଳାଖେମୁଣ୍ଡି ଥାନା କେସ୍ ନଂ ୨୪୫/୨୦୨୬ ଓ ୨୪୬/୨୦୨୬ ରୁଜୁ କରାଯାଇଛି । ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *