ଆଠଗଡ – ଭୁବନେଶ୍ୱର ମୁଖ୍ୟ ରାସ୍ତାର ଦୂରାବସ୍ଥା !!!

Spread the love

ବାରଙ୍ଗ ( ଆୱାଜ ମିଡ଼ିଆ ) – ସିଦ୍ଧିନାଥ ସାହୁ : ଆଠଗଡ – ଭୁବନେଶ୍ୱର ମୁଖ୍ୟ ରାସ୍ତାର ଦୂରାବସ୍ଥା ! ପ୍ରତିଦିନ ଘଟୁଛି ଦୁର୍ଘଟଣା , ତେବେ ଗତକାଲି ଦୁର୍ଘଟଣା ଘଟିବା ପରେ ଆଜି ଚାଲିଛି ତାଳିପକା ମରାମତି କାମ ! କଟକ ଜିଲ୍ଲା ବାରଙ୍ଗ ବ୍ଲକ ଅନ୍ତର୍ଗତ ମୁଣ୍ଡଳୀ ପଞ୍ଚାୟତରେ ଆଠଗଡ଼ – ଭୁବନେଶ୍ୱର ମୁଖ୍ୟ ରାସ୍ତା ରେ ଭରି ରହିଛି ଖାଲଖମା ! ଏହି ରାସ୍ତା ରେ ଯାତାୟାତ କରୁଥିବା ଯାତ୍ରୀ ମାନେ ବହୁ ଆସୁବିଧାର ସମୁଖୀନ ହେବାକୁ ପଡୁଛି | ବହୁବାର ଗୁହାରି କରିବା ସତ୍ୱେ ବି ଶୁଣୁନାହିଁ ପ୍ରଶାସନ ! ଦ୍ୱୈତ ନଗରୀ କୁ ଢେଙ୍କାନାଳ ଏବଂ ଅନୁଗୁଳ ସହିତ ସଂଯୋଗ କରୁଥିବା ଏହି ରାସ୍ତା ଦେଇ ଅନେକ ଯାତ୍ରୀବାହୀ ବସ ଏବଂ ମାଲ ବାହୀ ଗାଡି ନିର୍ଭର କରୁଛନ୍ତି ! ହେଲେ ରାସ୍ତାର କଦର୍ଯ୍ୟ ଅବସ୍ଥା କାରଣରୁ ପ୍ରତ୍ୟେହ ଘଟୁଛି ଦୁର୍ଘଟଣା ! ସ୍ଥାନୀୟ ବାସିନ୍ଦା , ସାମାଜିକ କର୍ମୀ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ରାସ୍ତା ମରାମତି ଦିଗରେ କୌଣସି ପଦକ୍ଷେପ ଗ୍ରହଣ ହେଉନାହିଁ ! କେଜାଣି ଖାଲ ଖମା ରେ ପଡି କେହି ମୃତ୍ୟୁ ବରଣ କଲେ ଚେତା ପଶିବ ସରକାରଙ୍କର |

Leave a Reply

Your email address will not be published. Required fields are marked *