କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କୋରାପୁଟ ବାସୀ ଙ୍କ ଦୀର୍ଘ ଦିନର ସ୍ବପ୍ନ କୁ ଆଜି କେନ୍ଦ୍ର ଓ ରାଜ୍ୟ ସରକାର ପୂରଣ କଲେ ! ଶ୍ରୀକ୍ଷେତ୍ର ରୁ ଶlବର ଶ୍ରୀକ୍ଷେତ୍ର କୁ ଏକ ନୂତନ ଟ୍ରେନ କେନ୍ଦ୍ର ରେଳମନ୍ତ୍ରୀ ଓ ରାଜ୍ୟ ମୂଖ୍ୟମନ୍ତ୍ରୀଙ୍କ ର ଉପସ୍ଥିତି ରେ ପୁରୀ ଠାରେ ଉଦଘାଟନ ହୋଇ କୋରାପୁଟ ଅଭିମୁଖେ ଯାତ୍ରା କରି ନିର୍ଦ୍ଧାରିତ ସମୟ ରେ ପହଁଚିଥିଲା ! କୋରାପୁଟ ବିଧାୟକ ରଘୁରାମ ମାଛ , ବିଜେପି ଜିଲ୍ଲା ସଭାପତି ଶିଵ ମୁଦୁଲିଙ୍କ ସମେତ ବିଜେପି ର ତୁଙ୍ଗ ନେତା ନେତ୍ରୀ ମାନେ ଭବ୍ୟ ସମ୍ବର୍ଦ୍ଧନା କରିଥିଲେ l ପୁଣି ଥରେ ତାହା ତାର ଗନ୍ତବ୍ୟ ପଥରେ ଗମନ କରିଥିଲା , ଏ ଉପଲକ୍ଷେ କୋରାପୁଟ ବିଧାୟକ ଅଞ୍ଚଳ ବାସୀ ଙ୍କ ତରଫରୁ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ କୃତଜ୍ଞତା ଜଣାଇବା ସହ ଏହା ଶାବର ଶ୍ରୀକ୍ଷେତ୍ର ଓ ଶ୍ରୀକ୍ଷେତ୍ର ମଧ୍ୟ୍ୟରେ କଳା ସଂସ୍କୃତି ବାଣିଜ୍ୟ ମଧ୍ୟ୍ୟ ରେ ଏକ ସୁସଂପର୍କ ସ୍ଥାପନ କରିବ ବୋଲି ପ୍ରକlଶ କରିଥିଲେ l
ଶ୍ରୀକ୍ଷେତ୍ର ରୁ ଶାବର ଶ୍ରୀକ୍ଷେତ୍ର କୁ ଗଡ଼ିଲା ପୁରୀ ଏକପ୍ରେସ !!!

