କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ନୂଆଦିଲ୍ଲୀର ଜାତୀୟ ଆଇନ ସେବା ପ୍ରାଧିକରଣ ଙ୍କ ନିର୍ଦ୍ଦେଶ ଅବସରରେ ସ୍ଥାନୀୟ ତାଲୁକ୍ ଆଇନ ସେବା ସମିତି ପକ୍ଷରୁ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ସିଭିଲ୍ ଏବଂ ଫୌଜଦାରୀ କୋର୍ଟ ପରିସରରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ଅଧ୍ୟକ୍ଷା ମହମ୍ମଦ ଫୈଜଲ , ଏସଡିଜେଏମ ଶୁଭଦର୍ଶି ତ୍ରିପାଠୀ ଅତିଥି ଭାବେ ଯୋଗଦେଇ ଅଂଶଗ୍ରହଣ କାରୀ ମାନଙ୍କୁ ସମ୍ବୋଧନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୋଟ ୧୫ ଜଣ ଅଂଶଗ୍ରହଣକାରୀ ଉପସ୍ଥିତ ଥିଲେ। ମାଦକ ସମ୍ପର୍କିତ ଆଇନ, ମାଦକ ସେବନର କୁପରିଣାମ, ଏବଂ ଏହା ସହିତ ଜଡିତ ଆଇନଗତ ପରିଣାମ ବିଷୟରେ ସଚେତନ କରାଯାଇ ଥିଲା। ସେଥିପାଇଁ ଉପଲବ୍ଧ ସହାୟତା ଓ ପୁନର୍ବାସ ହେଲ୍ପଲାଇନ୍ ସେବା ସମ୍ପର୍କରେ ମଧ୍ୟ ତଥ୍ୟ ଦିଆଯାଇଥିଲା l ନାଲସା ହେଲ୍ପଲାଇନ୍ ନମ୍ବର ୧୫୧୦୦, ଜାତୀୟ ମାଦକ ନିବାରଣ ହେଲ୍ପଲାଇନ୍ ୧୯୩୩, ଏବଂ ଜାତୀୟ ମାଦକ ନିଶାମୁକ୍ତି ହେଲ୍ପଲାଇନ୍ ୧୪୪୪୬। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସୁସ୍ଥ ଓ ମାଦକମୁକ୍ତ ଜୀବନଶୈଳୀ ଆପଣାଇବା ସହିତ ଆଇନଗତ ଓ ପରାମର୍ଶମୂଳକ ସହାୟତା ବ୍ୟବସ୍ଥା ବିଷୟରେ ସଚେତନତା ସୃଷ୍ଟି କରିବା ମୂଳ ଲକ୍ଷ୍ୟ ଥିଲା ବୋଲି ଅତିଥି ଗଣ ପ୍ରକାଶ କରିଥିଲେ l
ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ ଉପରେ ଏକ ଆଇନ ସଚେତନତା !!!

