ପବିତ୍ର ରଥଯାତ୍ରା ଅବସରରେ ” ସର୍ବ ସେବା ଫାଉଣ୍ଡେସନ ଟ୍ରଷ୍ଟ ” ତରଫରୁ ଶ୍ରଦ୍ଧାଳୁ ମାନଙ୍କୁ ରନ୍ଧା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ପବିତ୍ର ରଥଯାତ୍ରା ଅବସରରେ ” ସର୍ବ ସେବା ଫାଉଣ୍ଡେସନ ଟ୍ରଷ୍ଟ ” ତରଫରୁ ଶ୍ରଦ୍ଧାଳୁ ମାନଙ୍କୁ ରନ୍ଧା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ ! ରାଜଧାନୀ ଭୁବନେଶ୍ବରର ଅଗ୍ରଣୀ ସାମାଜିକ ସଂଗଠନ ସର୍ବ ସେବା ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ କଟକ – ପୁରୀ ବାଇପାସ ରୋଡ଼ ପାର୍ଶ୍ୱରେ ପୁରୀ ଯାଉଥିବା ଶ୍ରଦ୍ଧାଳୁ ମାନଙ୍କୁ ରନ୍ଧା ଖାଦ୍ୟ ଏବଂ ପାନୀୟ ଜଳ ବିତରଣ କରାଯାଇଛି ! ଦିନ ତମାମ ଲଗାଣ ବର୍ଷା ସତ୍ତ୍ୱେ ସଂଗଠନର ସଦସ୍ୟ ମାନେ ଉପସ୍ଥିତ ରହି ଭକ୍ତ ମାନଙ୍କୁ ସେବା ପ୍ରଦାନ କରିଥିଲେ ! “ସେବା ହିଁ ପରମ ଧର୍ମ” ଆଦର୍ଶରେ ଗଠିତ ହୋଇଥିବା ସର୍ବ ସେବା ଫାଉଣ୍ଡେସନ ଟ୍ରଷ୍ଟ ଏକ ସମାଜସେବୀ, ଅଣ-ଲାଭକାରୀ ସଂସ୍ଥା, ଯାହା ସମାଜର ଅସହାୟ, ଦରିଦ୍ର ଏବଂ ଆବଶ୍ୟକତାରେ ଥିବା ଲୋକଙ୍କ ସେବା ପାଇଁ ନିରନ୍ତର କାର୍ଯ୍ୟ କରୁଛି । ମାନବ ସେବା, ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ ବଣ୍ଟନ, ରକ୍ତଦାନ, ପରିବେଶ ସୁରକ୍ଷା ଏବଂ ବିଭିନ୍ନ ଜନହିତକର କାର୍ଯ୍ୟ ମାଧ୍ୟମରେ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ସଂଗଠନର ଉଦ୍ୟମ ଜାରି ରହିଛି । ଆଜିର ପ୍ରସାଦ ସେବା କାର୍ଯ୍ୟକ୍ରମରେ ସଂଗଠନର ପ୍ରତିଷ୍ଠାତା ଏସ୍ ଭେଙ୍କଟ ରାଓ , ସଦସ୍ୟ ରାକେଶ କୁମାର ସାହୁ, ଅଭିଜିତ୍ ନାୟକ, ନୀଳକଣ୍ଠ ପଣ୍ଡା, ସୋମନାଥ ସୁବୁଦ୍ଧି, ଦୀପକ ସେଠୀ, ଶୁଭ୍ରକାନ୍ତ ମୁଦୁଲି, ନିଶିକାନ୍ତ ପଣ୍ଡା, ନାରାୟଣ ପ୍ରଧାନ, ଦୀପକ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *