ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଲୋକଙ୍କୁ ସଚେତନ କରିବା ପାଇଁ ଗଣମାଧ୍ୟମ କୁ ବହୁ ଗୁରୁତ୍ୱ ଦିଆ ଯାଉଥିବା ସମୟରେ ବୋଲଗଡ଼ରେ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ ! ଗତକାଲି SIR ର ଏକ ସମୀକ୍ଷା ବୈଠକ ପାଇଁ ବୋଲଗଡ ତହସିଲଦାର ଧଳାପଥର ଗ୍ରାମ ପଞ୍ଚାୟତକୁ ଆସିବା ସ୍ଥିର ହୋଇଥିଲେ ସୁଦ୍ଧା ଏନେଇ କାହାରି ପାଖରେ ସୂଚନା ନଥିଲା ! ପଂଚାୟତର ସରପଞ୍ଚ , ସମିତି ସଭ୍ୟ ତହସିଲଦାର ଙ୍କ ଗସ୍ତ ନେଇ ଜାଣି ନାହାନ୍ତି କହିଥିବା ବେଳେ ଘଟଣା ନେଇ ତହସିଲଦାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସାମ୍ବାଦିକ ! ତେବେ ସେଠାରେ ଉପସ୍ଥିତ ଥିବା ଧଳାପଥର ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ତୁଷାର ମହାପାତ୍ର ସମ୍ପୃକ୍ତ ସାମ୍ବାଦିକଙ୍କୁ ଅଶାଳୀନ ସହିତ ଯୁକ୍ତି କରିଥିଲେ ! ସ୍ଥାନୀୟ ସମିତି ସଭ୍ୟ ଘଟଣାରେ ହସ୍ତକ୍ଷେପ କରି ତାଙ୍କୁ ଚୁପ କରାଇଥିଲେ ! କିନ୍ତୁ ଆଶ୍ଚର୍ଯ୍ୟର କଥା ନିଜେ ତହସିଲଦାର ସବୁ ଦେଖି ପୁରା ଚୁପ ହୋଇ ବସି ରହିଥିଲେ ! ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ସରକାର ଗଣମାଧ୍ୟମକୁ ଅନୁରୋଧ କରୁଥିବା ସମୟରେ ବୋଲଗଡ ଅଧିକାରୀଙ୍କ ଏପରି କାର୍ଯ୍ୟ ଆଲୋଚନାର ବିଷୟ ପାଲଟିଛି !

