ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : କଟକ ଶିକ୍ଷା ଜିଲ୍ଲାର ଡମପଡା ଗୋଷ୍ଠୀ ଶିକ୍ଷା ଅଧିକାରୀ କାମରାଜ ସାହୁଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବି.ଆର.ସି.ସି ପ୍ରଫୁଲ୍ଲ କୁମାର ବେହେରା ସଭାପତିତ୍ବ କରିଥିବା ବେଳେ , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବେହେରା ପରିଚାଳନା କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବାଙ୍କୀ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଜ୍ୟୋତି ଷଡ଼ଙ୍ଗୀ , ମୁଖ୍ୟ ବକ୍ତା ଭାବେ ପି.ଏମ.ଶ୍ରୀ ବି.କେ ବିଦ୍ୟାପୀଠ ର ପ୍ରଧାନଶିକ୍ଷକ ବିଣାପାଣୀ ଦାଶ ଯୋଗଦାନ କରି ଶ୍ରୀଯୁକ୍ତ ସାହୁ ଜଣେ ମେଳାପୀ, ବନ୍ଧୁପ୍ରୀୟ,ସମୟାନୁବର୍ତ୍ତି,ଶିକ୍ଷା ଓ ଶିକ୍ଷକଙ୍କୁ ଭଲ ପାଇବା ମଣିଷ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷକ ସଙ୍ଘର କର୍ମକର୍ତ୍ତା ,ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ,ଶିକ୍ଷକ , ଶିକ୍ଷୟିତ୍ରୀ ପ୍ରଭୃତି ବହୁଳ ଭାବରେ ଯୋଗଦାନ କରି ଶ୍ରୀଯୁକ୍ତ ସାହୁଙ୍କର ଉତ୍ତମ କାର୍ଯ୍ୟଶୈଳୀ ଓ ଉଚ୍ଚ କୋଟିର ଶୈକ୍ଷିକ ଚିନ୍ତାଧାରା ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ । ସମସ୍ତ ସି.ଆର.ସି.ସି ଉପସ୍ଥିତ ରହି କାମରାଜ ସାରଙ୍କର ସାହାଯ୍ୟ ଓ ନିସ୍ବାର୍ଥପର ସେବା ମନୋଭାବର ନିଛକ ପ୍ରତିଛବି ବୋଲି ମତବ୍ୟକ୍ତ କରିଥିଲେ । ସି.ଆର.ସି.ସି ମନୋରଞ୍ଜନ ବେଉରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।
ଆଦର୍ଶ ଶିକ୍ଷା ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା !!!

