ନୟାଗଡ଼ରେ ଜିଲ୍ଲା ସ୍ତରୀୟ “ବେଟି ବଚାଓ ବେଟି ପଢାଓ” କନଭର୍ଜେନ୍ସ ବୈଠକ ଅନୁଷ୍ଠିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼ ଜିଲ୍ଲା କାର୍ଯ୍ୟାଳୟସ୍ଥ ସଦଭାବନା ସଭା ଗୃହରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ “ବେଟି ବଚାଓ ବେଟି ପଢାଓ” କନଭର୍ଜେନ୍ସ ବୈଠକ ନୟାଗଡ଼ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀମତୀ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ବେଟି ବଚାଓ ବେଟି ପଢାଓ ଯୋଜନାର କାର୍ଯ୍ୟକାରୀ ରୂପାୟଣ ଉପରେ ମତବିନିମୟ କରିଥିଲେ। ପ୍ରମୁଖ ଅତିଥି ଭାବେ ଉପଜିଲ୍ଲାପାଳ ଶ୍ରୀ କର୍ଣ୍ଣାଦେବ ସମାଦାର, ଡେପୁଟି କଲେକ୍ଟର ଶ୍ରୀମତୀ ତପ୍ତି ରାଜ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜୟଶ୍ରୀ ପଟନାୟକ, ପିଓ କମ ପିଓ ଶ୍ରୀମତୀ ସଞ୍ଜୁଲତା ପାଣିଗ୍ରାହୀ ଓ ଜିଲ୍ଲା ମହିଳା ସଶକ୍ତିକରଣ ର ଜିଲ୍ଲା ସଂଯୋଜକ ଶ୍ରୀ ସୌମ୍ୟ ରଞ୍ଜନ ଦାଶ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ CDPO, LS, DSO, DPO, DSSO, Skill Development & Employment Exchange Officer, DCPO ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନଙ୍କ ସମେତ ବହୁ ସଂଖ୍ୟକ ଅଂଶଗ୍ରହଣକାରୀ ଯୋଗଦେଇଥିଲେ।

ବୈଠକରେ ଜିଲ୍ଲାପାଳ ସମସ୍ତ ଲାଇନ୍ ବିଭାଗଙ୍କୁ ନିଜସ୍ୱ Action Plan ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷକରି ଶିଶୁ ବିବାହ ନିରାକରଣ, PCPNDT ଆଇନର କାର୍ଯ୍ୟକାରୀ ପ୍ରୟୋଗ, କନ୍ୟା ଶିଶୁ ସୁରକ୍ଷା, ଶିକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲାରେ ବେଟି ବଚାଓ ବେଟି ପଢାଓ ଯୋଜନାକୁ ଅଧିକ ଗୁରୁତ୍ୱ ସହ କାର୍ଯ୍ୟକାରୀ କରିବା ପାଇଁ ସମନ୍ୱିତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ଆହ୍ୱାନ କରିଥିଲେ।

ଶେଷରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଇବା ସହ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା।

Leave a Reply

Your email address will not be published. Required fields are marked *