ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠରେ ଥିବା ଫରେଷ୍ଟ ଗେଟ ନିକଟରେ ଗଣେଶ ପୂଜା କମିଟି ପକ୍ଷରୁ ପବିତ୍ର ଗଣେଶ ପୂଜା ଅତି ଧୁମଧାମରେ ପାଳିତ ହେଉଛି ।ଏହି ପୂଜା ନଅ ଦିନ ଧରି ଚାଲୁ ରହିବ , ପ୍ରତି ଦିନ ସନ୍ଧ୍ୟା ସମୟରେ ଆଳତୀ ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି । ଏହି କାର୍ଯ୍ୟକ୍ରମ କମିଟି ମେମ୍ବର ଓ ସାହି ଲୋକଙ୍କ ସହଯୋଗରେ ଦୀର୍ଘ ବର୍ଷ ଧରି ପୂର୍ବ ପୁରୁଷରୁ ଆୟୋଜିତ ହେଉଛି ! ଗଣେଶ ପୂଜା ର ଶେଷ ଦିନ ପ୍ରାୟ ଚାରି ପାଞ୍ଚ ହଜାର ଲୋକଙ୍କ ନିମନ୍ତେ ଅନ୍ନ ପ୍ରସାଦର ଆୟୋଜନ ହୋଇଥାଏ । ଆଖ ପାଖ 4, 5 ଖଣ୍ଡ ଗ୍ରାମବାସୀ ଅନ୍ନ ପ୍ରସାଦ ସେବନ କରିଥାନ୍ତି ।
ଫରେଷ୍ଟ ଗେଟ ଗଣେଶ ପୂଜା କମିଟି ପକ୍ଷରୁ ଧୁମଧାମରେ ପାଳିତ ହେଉଛି ଗଣେଶ ପୂଜା !!!

