ଓଡିଶା ପ୍ରସିଦ୍ଧ ପାରାଦୀପ ବିଶ୍ୱକର୍ମା ପୂଜାରେ ପାରାଦୀପ ଟ୍ରକ ମାଲିକ ସଂଘ ର ଆକର୍ଷଣୀୟ ତୋରଣ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ୍ ବିଶ୍ୱାସ : ଚଳିତ ବର୍ଷ ଓଡିଶା ପ୍ରସିଦ୍ଧ ପାରାଦୀପ ବିଶ୍ୱକର୍ମା ପୂଜାରେ ପାରାଦୀପ ଟ୍ରକ ମାଲିକ ସଂଘ ର ଆକର୍ଷଣୀୟ ତୋରଣ I ତୋରଣରେ ଶୋଭା ପାଉଛି ରାଜସ୍ଥାନର କଳା, ସଂସ୍କୃତି ଓ ବୀରତ୍ବର ବାର୍ତ୍ତା l ଓଡିଶା ପ୍ରସିଦ୍ଧ ପାରାଦୀପ ବିଶ୍ୱକର୍ମା ପୂଜା କୁ ନେଇ ଚଳଚଞ୍ଚଳ ପାରାଦୀପ I ଆଜି ପୂଜା ର ତୃତୀୟ ଦିନରେ ବହୁ ସଂଖ୍ୟାରେ ଜନସମାଗମ ଦେଖିବାକୁ ମିଳିଥିଲା I ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କରାଯାଇଥିବା ସୁଉଚ୍ଚ ତୋରଣ, ସାଜସଜ୍ଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି I ତେବେ ପାରାଦୀପ ଟ୍ରକ ମାଲିକ ସଂଘ ପକ୍ଷରୁ କରାଯାଇଥିବା ତୋରଣକୁ ଦେଖିବା ପାଇଁ ଭିଡ଼ ଦେଖିବାକୁ ମିଳିଛି I ଚଳିତ ବର୍ଷ ପାରାଦୀପ ଟ୍ରକ ମାଲିକ ସଂଘ ପକ୍ଷରୁ ପ୍ରସ୍ତୁତ ତୋରଣରେ ରାଜସ୍ଥାନର କଳା, ସଂସ୍କୃତି ଓ ବୀରତ୍ବର ବାର୍ତ୍ତା ସ୍ଥାନ ପାଇଥିବାରୁ ଲୋକମାନେ ଦେଖିବାକୁ ଭିଡ଼ ଜମାଉଛନ୍ତି I ତୋରଣର ଭିତର ସାଜସଜ୍ଜା ବି ଅତ୍ୟନ୍ତ ଉଚ୍ଚକୋଟୀର ହୋଇଥିବା ଜଣାପଡିଛି l ପ୍ରତିବର୍ଷ ପାରାଦୀପ ଟ୍ରକ ମାଲିକ ସଂଘ ପକ୍ଷରୁ ଭିନ୍ନ ଭିନ୍ନ ଥିମ୍ କୁ ନେଇ ତୋରଣ ପ୍ରସ୍ତୁତ କରାଯାଇଥାଏ, ଯାହା ଦର୍ଶକ ମାନଙ୍କ ଧ୍ୟାନ ଆକର୍ଷଣ କରିଥାଏ l ଗତ ବର୍ଷ ବିଶ୍ୱକର୍ମା ପୂଜାରେ ଡାକ ଘର ଥିମ୍ କୁ ନେଇ ତୋରଣ ପ୍ରସ୍ତୁତ କରାଯାଇଥିଲା ଯାହାକି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା l ତେବେ ଚଳିତ ବର୍ଷ ପୂଜାରେ ପାରାଦୀପ ଟ୍ରକ ମାଲିକ ସଂଘ ର ତୋରଣ ଓ ଭିତର ସାଜସଜ୍ଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଲୋକ ମାନଙ୍କ ଭିଡ଼ ଜମୁଥିବାରୁ ସଂଘ ପକ୍ଷରୁ ଭିଡ ସୁପରିଚାଳନା ପାଇଁ ସଂଘ ପକ୍ଷରୁ ଭଲ୍ଯୁଣ୍ଟର ମାନଙ୍କୁ ନିୟୋଜିତ କରାଯାଇଛି ବୋଲି କହିଛନ୍ତି ସଭାପତି ଆଲୋକ ପରିଡା I ସଂଘ ପକ୍ଷରୁ ସ୍ଵଚ୍ଛତା ଉପରେ ଧ୍ୟାନ ଦିଆଯିବା ସହ ତୋରଣର ସାମ୍ନା ସ୍ଥାନ ଓ ଭିତର ପରିସର କୁ ପ୍ରତ୍ୟେକ ଦିନ ସଫେଇ କରାଯାଉଛି I ତେବେ ରବିବାର ପାରାଦୀପ ଟ୍ରକ ମାଲିକ ସଂଘ ପକ୍ଷରୁ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ମଣ୍ଟୁ ଛୁରିୟା ଯୋଗଦେବେ ବୋଲି ସଂଘର ଏକଜିକ୍ୟୁଟିଭ ବଡ଼ି ମେମ୍ବର ଅମ୍ବିକା ପ୍ରସାଦ ମହାପାତ୍ର କହିଛନ୍ତି l

Leave a Reply

Your email address will not be published. Required fields are marked *