ଲୋ ଭୋଲଟେଜ ବଢ଼ାଉଛି ଲୋକଙ୍କ ସମସ୍ୟା : ଶେଷରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଡାଙ୍ଗୁଆ ସାହି ଗ୍ରାମବାସୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଲୋ ଭୋଲଟେଜ ବଢ଼ାଉଛି ଲୋକଙ୍କ ସମସ୍ୟା , ଶେଷରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଡାଙ୍ଗୁଆ ସାହି ଗ୍ରାମବାସୀ ! ଦୀର୍ଘ ମାସ ଧରି ଲାଗି ରହିଛି ଲୋ ଭୋଲଟେଜ ସମସ୍ୟା , ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ ରମ୍ପା ପଞ୍ଚାୟତର ଡାଙ୍ଗୁଆ ସାହି ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗ୍ରାମରେ ଲୋ ଭୋଲଟେଜ ଯୋଗୁଁ କୌଣସି ଅନଲାଇନ କାମ ହୋଇ ପାରୁନାହିଁ, ପିଲାମାନେ ପାଠ ପଢିବା ରେ ଅସୁବିଧା ହେଉଛି, ପାଣି ଉଠାଇବା ଅସୁବିଧା ହେଉଛି । ଏପରିକି ଫ୍ୟାନ ଲାଇଟ ଭଲ ଭାବରେ କାମ କରୁନାହିଁ । ନୂତନ ଟ୍ରାସଫର୍ମର ଲଗାଇଲେ ଅଞ୍ଚଳବାସୀଙ୍କ କଷ୍ଟ ଦୂର ହେବା ସହିତ ବହୁତ ସମସ୍ୟାର ସମାଧାନ ହୋଇପାରିବ ! ଜିଲ୍ଲା ପ୍ରଶାସନ କିମ୍ବା ବିଦ୍ୟୁତ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି !

Leave a Reply

Your email address will not be published. Required fields are marked *