ନିଖିଳ ଓଡିଶା ଉଦ୍ୟାନ ସାଥୀ ସଂଘ ପକ୍ଷରୁ ଧାରଣା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବିଭିନ୍ନ ଦାବୀ ନେଇ ନିଖିଳ ଓଡିଶା ଉଦ୍ୟାନ ସାଥୀ ସଂଘ ପକ୍ଷରୁ ଧାରଣା ! ଗତ ୨୦୧୨ ମସିହାରୁ MGNREGA ଏମଜିଏନ୍ଆରଇଜିଏ ଯୋଜନାରେ ଓଡ଼ିଶାର ବିଭିନ୍ନ ବ୍ଲକରେ କାର୍ଯ୍ୟ କରୁଛନ୍ତି ଉଦ୍ୟାନ ସାଥୀ । ନାମକୁ ମାତ୍ର ଏମଜିଏନ୍ଆରଇଜିଏ ଯୋଜନାରେ ( ଜିଇଓ ଟାଗ ଏନଏମଏମଏସ୍ )କାମ କରୁଥିଲେ ମଧ୍ୟ , ସରକାରଙ୍କ ତରଫରୁ ବିଭିନ୍ନ ସମୟରେ ଉଦ୍ୟାନ ବିଭାଗରେ ଚାଲୁଥିବା ପ୍ରାୟ ସମସ୍ତ ଯୋଜନା ପାଇଁ (NIIM-MIDH, SESS, SPICE-MISSION, ADAPT ENTRY, FOOD) କାର୍ଯ୍ୟ କରି ଆସୁଛନ୍ତି । ଏହି ବିଭାଗରେ କର୍ମଚାରୀଙ୍କ ସଂଖ୍ୟା ଅଭାବ ଥିବାରୁ ଚାଷୀଙ୍କ କ୍ଷେତ୍ର ପରିଦର୍ଶନ କରିବା, ଚାଷୀଙ୍କ ବିଭିନ୍ନ ପ୍ରମାଣ ପତ୍ର ସଂଗ୍ରହ କରିବା, ଫର୍ମ ପୂରଣ କରିବା ଏପରିକି ଅନ୍‌ଲାଇନ୍ କାମ ସହ ସମସ୍ତ କାର୍ଯ୍ୟ କରିଥାନ୍ତି । ସକାଳୁ ସନ୍ଧ୍ୟା ଯାଏ ଉଦ୍ୟାନ ବିଭାଗର ପ୍ରାୟ ସବୁ ଯୋଜନା ପାଇଁ କାମ କରିଆସୁଥିଲେ ମଧ୍ୟ ଠିକ୍ ସମୟରେ ଏବଂ ମାସକୁ ମାସ ଦରମା ମିଳେନାହିଁ । ଏପରିକି ଛୁଟି ଦିନ ଗୁଡ଼ିକରେ ମଧ୍ୟ ବ୍ଲକ ଅଫିସରେ ଥିବା ବିଭିନ୍ନ ଚାରା ଗଛରେ ପାଣି ଦେବା, ଚାଷୀଙ୍କ ଫସଲରେ ଲାଗିଥିବା ବିଭିନ୍ନ ରୋଗ ପୋକ ସମ୍ବନ୍ଧରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ଓ ଏହାର ତ୍ୱରିତ ସମାଧାନ ପାଇଁ ଚେଷ୍ଟା କରୁଥିଲେ । ଅସ୍ଥାୟୀ କର୍ମଚାରୀ ଭାବରେ କମ୍ ଦରମା ପାଇଁ ମଧ୍ୟ ଦୀର୍ଘ ବର୍ଷଧରି ଏହି ବିଭାଗରେ ଚାଷୀଙ୍କ ସ୍ୱାର୍ଥ ପାଇଁ କାମକରି ଆସୁଛନ୍ତି । କିନ୍ତୁ ୨୦୨୫-୨୦୨୬ ଆର୍ଥିକ ବର୍ଷରେ ଉକ୍ତ କାର୍ଯ୍ୟ ପାଇଁ ଅନୁଦାନ ବନ୍ଦ ଫଳରେ ବିଭିନ୍ନ ପ୍ରକଳ୍ପରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଫଳରେ ଏଥିରେ କାର୍ଯ୍ୟରତ ଉଦ୍ୟାନ ସାଥୀ ଓ ଦୈନିକ କାର୍ଯ୍ୟ କରୁଥିବା ଶ୍ରମିକମାନେ କାମ ହରାଇବାର ଅବସ୍ଥା ସୃଷ୍ଟି ହୋଇଛି । ତେଣୁ ଉଦ୍ୟାନ ସାଥୀଙ୍କୁ କାମ ଯୋଗାଇ ଦେବା ପାଇଁ ସଂଘ ତରଫରୁ ଦାବିପତ୍ର ଓ ବିଧାନସଭା ସମ୍ମୁଖରେ ଅନୁଷ୍ଠିତ ଧାରଣା ସମୟରେ ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନାରେ କାର୍ଯ୍ୟ ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ । ପରନ୍ତୁ ୨୦୨୬-୨୦୨୭ ଆର୍ଥିକ ବର୍ଷରେ ଭିବିଜି ରାମଜି ଯୋଜନାରେ ଉଦ୍ୟାନ ବିଭାଗକୁ ପ୍ରକଳ୍ପ ଆରମ୍ଭ କରିବା ନିମନ୍ତେ ଅନୁଦାନ ପ୍ରଦାନ ସମେତ କାର୍ଯ୍ୟକାରୀ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଉଦ୍ୟାନ ସାଥୀଙ୍କୁ ନିୟୋଜନ ନିମନ୍ତେ ନିର୍ଦ୍ଦେଶନାମା ପ୍ରଦାନ କରାଯାଇନାହିଁ । ଅପରପକ୍ଷରେ ପ୍ରଦତ୍ତ ଅନୁଦାନରେ ସମସ୍ତ ଉଦ୍ୟାନ ସାଥୀ କାର୍ଯ୍ୟ ପାଇବେ ନାହିଁ | ଏହି ପରିପ୍ରେକ୍ଷୀରେ ସମସ୍ତ ଉଦ୍ୟାନ ସାଥୀ କାମ ନିୟୋଜନ ନିମନ୍ତେ ଆବଶ୍ୟକ ଅନୁଦାନ ସହ, ସମସ୍ତ ଉଦ୍ୟାନ ସାଥୀଙ୍କୁ କାମ କରିବାର ସୁଯୋଗ ପ୍ରଦାନର ନିର୍ଦ୍ଦେଶନାମା ସହ ସମସ୍ତ କାର୍ଯ୍ୟରେ ଉଦ୍ୟାନ ସାଥୀଙ୍କୁ ନିୟୋଜନ କରାଯାଇ ବର୍ଷ ସାରା କାମ ଯୋଗାଇ ଦିଆଯାଉ ବୋଲି ଆଜି ବିଧାନସଭା ଆଗରେ ଧାରଣ ରେ ବସି ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *