ଖୋର୍ଦ୍ଧା ର ବିଭିନ୍ନ ସ୍ଥାନରେ ବନ୍ଦ ର ପ୍ରଭାବ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ବନ୍ଦ ର ପ୍ରଭାବ ! ନିରାକାରପୁର ୮ ଘଂଟିଆ ବନ୍ଦ ଡାକରା । ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ର ବିଭିନ୍ନ ସ୍ଥାନରେ ଆଜି କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ଲକ୍ଷ୍ମଣ ମଙ୍ଗରାଜ ଓ ସିପିଆଇ ନେତା ବିଧୁଭୁଷଣ ମହାରଣା ଙ୍କ ନେତୃତ୍ବରେ କଂଗ୍ରେସ ର ସଭାପତି ମାନସ ଚନ୍ଦ୍ର ପଟ୍ଟନାୟକ ଙ୍କ ସହଯୋଗ ରେ ସକାଳୁ ରେଳ ଷ୍ଟେସନ ରୁ ଏକ ଶୋଭାଯାତ୍ରାରେ ଆରମ୍ଭ ହୋଇଥିଲା । ହାତରେ କଂଗ୍ରେସ ପତାକା ଓ ସିପିଆଇଏମ୍ ର ପତାକା ଧରି କର୍ମି ମାନେ ଷ୍ଟେସନ ରୋଡ ଦେଇ କେନ୍ଦ୍ର ସରକାର ଙ୍କ ମନମୁଖୀ ଓ ଏମ ଏମ ଡି ଆର ଏବଂ ଓଡ଼ିଶା ସରକାରଙ୍କ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ସିଇସି ଜ୍ଞାନେଶ କୁମାର ଙ୍କ ଇସ୍ତଫା ଦାବି କରି ସ୍କୋଗାନ ଦେଇ ରାଲି କରିଥିଲେ ! ମୋଦି ହଟାଓ ସରକାର ହାଏ ହାଏ କରି ଷ୍ଟେସନ ଠାରୁ ନିରାକାରପୁର ଗ୍ରମ୍ୟ ବ୍ୟାଙ୍କ ବନ୍ଦ କରିବା ସହ ଗେଟ୍ ବଜାର ଦେଇ ନାରାବାଜି କରି ବିଭିନ୍ନ ଦୋକାନ ବଜାର ବନ୍ଦ ରଖିବାକୁ କର୍ମୀ ମାନେ ଦୋକାନୀ ମାନଙ୍କୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ନିରାକାରପୁର ଥାନା ଥାନା ଅଧିକାରୀ ରିନାରାଣୀ ସାହୁ ଙ୍କ ନିର୍ଦ୍ଦେଶରେ ପୋଲିସ କର୍ମଚାରୀ ଏସ ଆଇ ରତ୍ନାକର ବେହେରାଙ୍କ ସହ ଗୁପ୍ତ ମହାନ୍ତି ଓ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ରହି ଶୋଭାଯାତ୍ରା କୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *