ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପବିତ୍ର କାର୍ତ୍ତିକ ଶୁକ୍ଳ ବଡ଼ ଏକାଦଶୀରେ ଜାଜପୁର ଗ୍ରାମରେ ଅଷ୍ଟପ୍ରହରୀ ଯଜ୍ଞ ଅନୁଷ୍ଠିତ , ହରିନାମରେ ପ୍ରକମ୍ପିତ ହେଉଛି ଗାଁ ! ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ଅନ୍ତର୍ଗତ କତଲ କଇଠା ପଞ୍ଚାୟତର ଯାଜପୁର ଗ୍ରାମରେ ପବିତ୍ର କାର୍ତ୍ତିକ ମାସ ଶୁକ୍ଳ ଏକାଦଶୀ ତିଥିରେ ଅଷ୍ଟପ୍ରହରୀ ନାମ ଯଜ୍ଞ ମହା ଆଡମ୍ବରରେ ପାଳିତ ହେଉଅଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମବାସୀଙ୍କ ଉଦ୍ୟମରେ ଅଷ୍ଟପ୍ରହରୀ ଯଜ୍ଞ ଅନୁଷ୍ଠିତ ହେଉଛି।ହରିନାମ ସଂକୀର୍ତ୍ତନର ମଧୁର ଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି ସମଗ୍ର ଗ୍ରାମ । ଗ୍ରାମବାସୀ ଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।ଗ୍ରାମରେ ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଭାବନାର ଏକ ଅପୂର୍ବ ପରିବେଶ ସୃଷ୍ଟି ହୋଇଛି।
ଜାଜପୁର ଗ୍ରାମରେ ଅଷ୍ଟପ୍ରହରୀ ଯଜ୍ଞ ଅନୁଷ୍ଠିତ : ହରିନାମରେ ପ୍ରକମ୍ପିତ ହେଉଛି ଗାଁ !!!

