ଅଣ୍ଡା ବୋଝେଇ ପିକଅପ ଲୁଟ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ !!!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା-ବ୍ରହ୍ମପୁର ୧୬ ନମ୍ବର ଜାତୀୟ ରାଜପଥ ଉଗ୍ରତାରା ଛକ ନିକଟରେ ବ୍ରହ୍ମପୁର ଗୋଲନ୍ଥରାରୁ ବାଲେଶ୍ୱର ଯାଉଥିବା ଅଣ୍ଡା ବୋଝେଇ ପିକ ଅପ ଭ୍ୟାନକୁ ଦୁର୍ବୁତ୍ତ ମାନେ ଲୁଟି ନେଇଥିଲେ । ଏ ସମ୍ପର୍କରେ ଅଭିଯୋଗ ହେବାପରେ ଟାଙ୍ଗୀ ଥାନା ପୋଲିସ ଲୁଟ ଘଟଣାରେ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜୁରୀ ଗ୍ରାମର ଅବଜାନ ଖାଁ ଙ୍କୁ ଗିରଫ କରିବା ସହ ପିକ ଅପ ଭ୍ୟାନଟିକୁ ଜବତ କରିଛନ୍ତି . ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଟାଙ୍ଗୀ ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକଙ୍କ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *