ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ମୁସଲମାନ ସାହି କୋଠ ପଡିଆ ଉପରେ ବେଆଇନ ଭାବରେ ରାସ୍ତା ନିର୍ମାଣକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ . ବାଣପୁର ଏନଏସି ତରଫରୁ ରାସ୍ତା ନିର୍ମାଣ ଜାରି ରହିଥିବା ସମୟରେ , ଗ୍ରାମର କିଛି ବ୍ୟକ୍ତି ଏହି କାମର ବିବରଣୀ ଜାଣିବା ପାଇଁ ବାଣପୁର ଏନଏସି କୁ ସୂଚନା ଅଧିକାର ମାଧ୍ୟମରେ ତଥ୍ୟ ମାଗିଥିଲେ . ମିଳିଥିବା ତଥ୍ୟ ଆଧାରରେ ରାସ୍ତା ନିର୍ମାଣ ହେଉଥିବା ଜାଗା ମସଜିଦ ମାଲିକାନା ରେ ରହିଅଛି .

ବାଣପୁର ଗ୍ରାମବାସୀଙ୍କ ତରଫରୁ ରୋଡ଼ କରିବା ପାଇଁ କୌଣସି ଚୁକ୍ତିପତ୍ର କରାଯାଇ ନାହିଁ , ତେବେ ମସଜିଦର ମାଲିକାନା ରେ ଥିବା ଜାଗା ଉପରେ ରାସ୍ତା କରିବା ପାଇଁ ବାଣପୁର ଏନଏସି କାହା ଇସାରାରେ ଏକ ଲକ୍ଷ ତିରିଶି ହଜାର ମଂଜୁର କଲା ତାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ . କୋଠର ବ୍ୟକ୍ତିଗତ ଜାଗା ଉପରେ ସରକାରଙ୍କ ଅନୁଦାନ କୋଉ ଆଧାରରେ ମଂଜୁର ହେଲା ତାହା ଗ୍ରାମବାସୀ ଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି . ତୁରନ୍ତ ରାସ୍ତା ନିର୍ମାଣ କାମ ବନ୍ଦ କରା ନଯାଏ ତେବେ କଣ୍ଟ୍ରାକ୍ଟର ନାମରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗ୍ରାମବାସୀ ଆଇନର ଆଶ୍ରୟ ନେବା ପାଇଁ ଚେତାବନୀ ଦେଇଛନ୍ତି .

