ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର – ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ବାଲୁଗାଁ ଅଶୋକନଗର ସ୍ଥିତ ଶ୍ରୀ ଉମାମହେଶ୍ୱର ବଣିକ ସଂଘ ସଭାଗୃହରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏବଂ ବାଲୁଗାଁ ଥାନା ଆଇଆଇସି ରମାକାନ୍ତ ମହାଳିକ ଶିବିରକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଆୟୋଜିତ ଶିବିରରେ ମୋଟ ୩୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସଭାପତି ଗୋପାଳ ଚନ୍ଦ୍ର ନାୟକ, ପ୍ରଥମ ମହିଳା ଅଞ୍ଜନା ନାୟକ, ସମ୍ପାଦକ ସଚ୍ଚିଦାନନ୍ଦ ସେଠୀ, ପ୍ରାକ୍ତନ ସଭାପତି ବିଜୟ କୁମାର ନନ୍ଦ, ପ୍ରବୀଣ କୁମାର ଜେନା, ଧୀରେନ୍ଦ୍ରନାଥ ପାତ୍ର, ରବିନାରାୟଣ ନାୟକ, ପଦ୍ମନାଭ ମାଝି, ଅନଙ୍ଗଭୀମ ବିଶ୍ୱାଳ . ଜଗଦୀଶ ପ୍ରସାଦ ଲାଖୋଟିଆ , ଅଶୋକ କୁମାର ପାତ୍ରଙ୍କ ସମେତ ସଭ୍ୟ ଗଗନ ବିହାରୀ ବେହେରା, ହିମାଂଶୁ କୁମାର ପାତ୍ର, ସୁନୀଲ କୁମାର ପାତ୍ର, ସୂର୍ଯ୍ୟ ନାରାୟଣ ସେନାପତି, ଶ୍ୟାମସୁନ୍ଦର ପୃଷ୍ଟି ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବ୍ରହ୍ମପୁର ଏମକେସିଜି ମେଡିକାଲ ବ୍ଳଡ ବ୍ୟାଙ୍କ ର ସଂଯୋଜକ ସୁଶାନ୍ତ କୁମାର ପାଣିଗ୍ରାହୀ ଓ ଟେକନିସିଆନ ଚିନ୍ମୟ କୁମାର ବେହେରାଙ୍କ ସମେତ ୬ ଜଣିଆ ଟିମ ଦ୍ୱାରା ରକ୍ତ ସଂଗ୍ରହ କରାଯାଇଥିଲା ।
ଉମାମହେଶ୍ୱର ବଣିକ ସଂଘ ସଭାଗୃହରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ।।

