ଓଲଢି ଅଙ୍ଗନୱାଡ଼ି କେନ୍ଦ୍ର ନାମରେ ଶିଶୁ ଖାଦ୍ୟ ହଡପର ଅଭିଯୋଗ ଆଣିଲେ ଗ୍ରାମବାସୀ ।

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ଡେରାବିଶ ବ୍ଲକ ଓଲଢି ଅଙ୍ଗନୱାଡି (କ) କେନ୍ଦ୍ରର ଶିଶୁ ଖାଦ୍ୟ ସାମଗ୍ରୀ ହଡପ ହେଉଥିବା ଅଭିଯୋଗ ଆଣିଲେ ଗ୍ରାମବାସୀ । ସରକାରଙ୍କ ତରଫରୁ ଆସୁଥିବା ସାମଗ୍ରୀ ସଠିକ ଭାବେ ଦିଆ ଯାଉନଥିବା ଓ ଉକ୍ତ କେନ୍ଦ୍ରରେ ବିଗତ ଦିନରୁ କର୍ମୀ ନିଯୁକ୍ତି ହୋଇ ନଥିବାରୁ ସହକର୍ମୀଙ୍କ ମନମାନି ଚାଲିଥିବା ମଧ୍ୟ ଅଭିଯୋଗ ହୋଇଛି . ଯାଞ୍ଚ କମିଟିର ସଭାପତିଙ୍କୁ କୌଣସି ସାମଗ୍ରୀ ବଣ୍ଟନ ବା ଆସିବା ନେଇ ସୂଚନା ପ୍ରଦାନ କରାଯାଉନାହିଁ । ଏଠି ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ , ଉକ୍ତ ଅଙ୍ଗନୱାଡି କେନ୍ଦ୍ରରେ ଶିଶୁ ଖାଦ୍ୟ ସାମଗ୍ରୀ ବଣ୍ଟନରେ ସମାନତା ରହୁନି କାହିଁକି । କେଉଁ ମାସରେ 12 ଟା ଅଣ୍ଡା ତ ଆଉ କେଉଁ ମାସରେ 15 ଟା । ଏଥି ପାଇଁ ଦାୟୀ କିଏ ?? ଚାର୍ଜରେ ଥିବା କର୍ମୀ ନାଁ ସହକର୍ମୀ , ନାଁ ବିଭାଗୀୟ ଅଧିକାରୀ ? ତେବେ ଏହି ଘଟଣାରେ ଦାୟିତ୍ୱରେ ଥିବା ଅଙ୍ଗନୱାର୍ଡ କର୍ମୀ ଙ୍କ ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ସିଡିପିଓ ଙ୍କ ସହ ଯୋଗାଯୋଗ ହୋଇ ପାରିନାହିଁ । ଅନ୍ୟ ପକ୍ଷରେ ଉକ୍ତ କେନ୍ଦ୍ରରେ ହଡପ ହୋଇଥିବା ସାମଗ୍ରୀ ଯଦି ଫେରସ୍ତ କରା ନଯାଏ ତେବେ ଆଗାମୀ ଦିନରେ ଜନ ଅସନ୍ତୋଷ ତୀବ୍ର ଆନ୍ଦୋଳନ ର ରୂପ ନେବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *