ବାଙ୍କୀରେ ଚାଷ ଓ ଚାଷୀର ସ୍ଥିତି ପରଖିଲେ ବିଜେପି କୃଷକ ମୋର୍ଚ୍ଚା ସଦସ୍ୟ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସ୍ୱଳ୍ପ ବୃଷ୍ଟି କାରଣରୁ ମରୁଡ଼ିର ପଦଧ୍ୱନୀ . ମୁଣ୍ଡରେ ହାତ ଦେଇ ବସିଛି ବାଙ୍କୀର ଚାଷୀ . ନାଁ କୁ ମାତ୍ର ଚାଲିଥିବା କୃଷି ବିଭାଗର ଅଧିକାରୀ ନିଦାବିଷ୍ଣୁ ସାଜି ବସିଛନ୍ତି . ମହାନଦୀ ପରି ଏକ ଚିରସ୍ରୋତା ନଦୀ କୁଳରେ ଥାଇ ସୁଦ୍ଧା ଜଳସେଚନ ର ଅଭାବ କାରଣରୁ ସଂପୂର୍ଣ୍ଣ ଭାବରେ ବର୍ଷା ଉପରେ ନିର୍ଭର କରିଥାନ୍ତି ବାଙ୍କୀ ର ଚାଷୀମାନେ . ତେବେ ଚଳିତ ବର୍ଷ ଅନିୟମିତ ବର୍ଷା କାରଣରୁ ଖରିଫ ଚାଷରେ ଚାଷୀକୁ ଲାଗିଛି ଝଟକା . ବାଙ୍କୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଗସ୍ତ କରି ସ୍ଥିତି ପରଖିଛନ୍ତି ବିଜେପି କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ .

Leave a Reply

Your email address will not be published. Required fields are marked *