ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା କୁହୁଡି ଫାଣ୍ଡି ଅନ୍ତର୍ଗତ ହାଟବରଡ଼ି ଅଞ୍ଚଳରୁ ପୋଲିସ ବହୁ ପରିମାଣର ଆସ୍କା ଫଟି ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ସୂଚନା ମୁତାବକ ହାଟବରଡ଼ି ଅଞ୍ଚଳରେ ଦେଶୀ ମଦ ଚୋରା ଚାଲାଣ ହେଉଥିବାର ସୂଚନା ପାଇ କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତ ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ହାଟବରଡ଼ି ପଞ୍ଚାୟତ ଅଫିସ ନିକଟରୁ ପୋଲିସ ୨୦ ପେଟି ଆସ୍କା-୪୦ ଏବଂ ଗୋଟେ ଡାଲା ଅଟୋ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଟୋଟି ଛୋଟରାୟପୁର ଗ୍ରାମରୁ ସୋରଣ ଅଭିମୁଖେ ଯାଉଥିବାର ସୂଚନା ମିଳିଛି ।
୨୦ ପେଟି ଆସ୍କା ଫଟି ଜବତ : ଦୁଇ ଗିରଫ !!!

