ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଦିନିକିଆ ତୋଫାନୀ ଗସ୍ତ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ମୋହନା ବ୍ଲକ ଜିଲ୍ଲାର ବୃହତମ ବ୍ଲକ । ଏଠାରେ ରାଜ୍ୟ ସରକାର ଆଦିବାସୀଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି । ଏହି ସବୁ ଯୋଜନା ଲୋକଙ୍କ ନିକଟରେ ପହଁଚିଛିକି ନାହିଁ ତାହାକୁ ଦେଖିବା ସହ ଲୋକଙ୍କର କଣ ସବୁ ଆବଶ୍ୟକତା ରହିଛି ଦେଖିବା ନିମନ୍ତେ ସାଂସଦ ଚନ୍ଦ୍ରଶେଖର ସାହୁ ମୋହନା ବ୍ଲକର କେତକ ଦୁର୍ଗମ ପଞ୍ଚାୟତ ଗସ୍ତ କରିବା ସହ ପଞ୍ଚାୟତ କାର୍ଯ୍ୟାଳୟ କୋଠା, କଲ୍ୟାଣମଣ୍ଡପ ଉଦଘାଟନ ଏବଂ ପଞ୍ଚାୟତର ଗୋଦାମ ଗୃହ ନିମନ୍ତେ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ମୋହନା ବ୍ଲକର ମଣିକପୁର ପଞ୍ଚାୟତ କାର୍ଯ୍ୟାଳୟ କୋଠା ଉଦଘାଟନ କରି ସାଂସଦ ମହିଳା ମାନଙ୍କ ଉନ୍ନତି ନବୀନ ସରକାରଙ୍କ ପ୍ରଥମ କାର୍ଯ୍ୟ ହୋଇଥିବାରୁ ମହିଳା ମାନଙ୍କ ସହ ଆଲୋଚନା କରିବା ସହ କି କି ସୁବିଧା ପାଇଛନ୍ତି ପଚାରି ବୁଝିଥିଲେ । ଉଦଘାଟନ ସମାରୋହରେ ବିଡ଼ିଓ ସାର୍ଥକ ସୌରଭ ମହାପାତ୍ର, ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ , ରାମ ଦଳବେହରା, ମାଥୁ ଶବର, ସେବତୀ ଗମାଙ୍ଗ, ତାବିତା ରାଇତ, ବିଳାସ ନାୟକ,ପ୍ରମୁଖ ସାଂସଦଙ୍କ ସହ ଥିବାବେଳେ ମୋହନା ବ୍ଲକର ବିଜେଡି ଦଳର କର୍ମୀ, ଯୁବ, ମହିଳା, ଛାତ୍ର,ବିଜେଡି ରଶତାଧିକ କର୍ମୀ ଯୋଗ ଦେଇଥିଲେ । ସାଂସଦ ସାହୁ ଗସ୍ତ କରିବା ସମୟରେ ରାସ୍ତା କଡ଼ ଗ୍ରାମ ଗ୍ରାମଗୁଡିକରେ ସରପଞ୍ଚଙ୍କ ସହ ଗ୍ରାମବାସୀ ସାଂସଦଙ୍କୁ ଅଂଚଳର ଉନ୍ନତି ନିମନ୍ତେ ଦାବିପତ୍ର ପ୍ରଦାନ କରିଥିଲେ । ସାଂସଦ ଶ୍ରୀ ସାହୁ ଆଜି ମଣିକପୁର, କେଶରୀଗୁଡା, ଖାରିଗୁଡା, ଲିଲିଗଡ଼ ଗ୍ରାମ ପଞ୍ଚାୟତକୁ ତୋଫାନୀ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟ ଗୁଡିକ ଉଦଘାଟନ କରିଥିଲେ । ସ୍ଥାନୀୟ ଗ୍ରାମବାସୀ ନିଜ ଦାବୀରେ ଉଲେଖ କରିଛନ୍ତି କି ଦୁର୍ଗମ ଅଞ୍ଚଳରେ ମୋବାଇଲ ଟାୱାର, କୋଠାଘର, ଛାତ୍ରାବାସ, ପଞ୍ଚାୟତ ଗୃହ, ଅଙ୍ଗନବାଡି ଗୃହ, ବିଦ୍ୟୁତ ସଂଯୋଗ ଆବଶ୍ୟକତା ରହିଛି । ଏହି ସବୁ ଦାବିକୁ ସାଂସଦ ସରକାରୀ କଳରେ ଉଦ୍ୟମ କରି ଆରମ୍ଭ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *