ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ସମଗ୍ର ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଏଥିରୁ ତ୍ରାହି ପାଇନି ଢେଙ୍କାନାଳ ଜିଲ୍ଲା । ଲଗାଣ ବର୍ଷା ହେତୁ ସହରର ଚାରିଆଡ଼ ଜଳବନ୍ଦୀ । ଢେଙ୍କାନାଳ ର ଦକ୍ଷିଣକାଳୀ ରୋଡ଼ ସ୍ଥିତ ସ୍ୟାକେତ ପଛପାଖ ଗଳିଟି ସମ୍ପୂର୍ଣ ଜଳଘେରରେ । ଯାହା ଦ୍ୱାରା କି ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଅଂଚଳଟି ତଳିଆ ସ୍ଥାନରେ ଥିବାରୁ ସର୍ବଦା ବର୍ଷା ହେତୁ ବୁଡି କରି ରହୁଛି । ଏମିତିକି ଲୋକଙ୍କ ଘରେ ମଧ୍ୟ ପାଣି ପଶି ଯାଉଛି । ଲୋକମାନେ ନିଜର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ମଧ୍ୟ ବାହାରକୁ ବାହାରି ପାରୁନାହାନ୍ତି । ତେଣୁ ପୌରପାଳିକା ଯଥାଶୀଘ୍ର ଏଥିପ୍ରତି ଦୃଷ୍ଟି ଦେଇ ବର୍ଷା ଜଳର ନିଷ୍କାସନ ପାଇଁ ବିହିତ ପଦକ୍ଷେପ ନେବାକୁ ଅଂଚଳବାସୀ ଦାବି କରିଛନ୍ତି ।
ଲଘୁଚାପ ଜନିତ ବର୍ଷା ରେ ବୁଡ଼ିଲା ଢେଙ୍କାନାଳ ସହରର ବିଭିନ୍ନ ରାସ୍ତା !!

