ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳର ପୌରପାଳିକା ତରଫରୁ ସଚେତନତା ବାର୍ତ୍ତା . ଢେଙ୍କାନାଳର ପୌରପାଳିକା ତରଫରୁ ଢେଙ୍କାନାଳ ସହର ମଧ୍ୟରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି । ଏହି ସଚେତନତା ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଢେଙ୍କାନାଳ ପୌରପାଳିକା ଦୋକାନୀ ବ୍ୟବସାୟ ମାନଙ୍କୁ ସଚେତନ କରାଇବା ସହ ନିଜ ବ୍ୟବସାୟିକ ଅନୁଷ୍ଠାରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କର କୋରନା ଟୀକା ପ୍ରଦାନ ଏବଂ ସେମାନଙ୍କର ଆଣ୍ଟିଯେନ ଟେଷ୍ଟ କରାଇନେବାକୁ ସଚେତନ କରାଇଥିଲା । ଯଦି କୌଣସି ବ୍ୟବସାୟିକ ଅନୁଷ୍ଠାନ ର କର୍ମଚାରୀ ମାନେ ଏଥିରେ ଖିଲାପ କରନ୍ତି କିମ୍ବା ମାସ୍କ ବ୍ୟବହାର କରି ନଥିବେ ତେବେ କୋଭିଡ ନିୟମ ଅନୁସାରେ ସେମାନଙ୍କ ବିରୋଧରେ କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌରପାଳିକା ତରଫରୁ ସୂଚନା ପ୍ରଦାନ କରାଯାଇଛି । ଆବଶ୍ୟକ ସ୍ଥଳେ ଆଇନ ଖିଲାପକାରୀ ବ୍ୟବସାୟିକ ଅନୁଷ୍ଠାନକୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରି ଦିଆଯିବ ।
ଢେଙ୍କାନାଳର ପୌରପାଳିକା ତରଫରୁ ସଚେତନତା ବାର୍ତ୍ତା !!

