ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ରାଜ୍ୟ ସ୍ତରୀୟ ସନ୍ଥ ଭକ୍ତ ଚରଣ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଆୟୋଜିତ . ରାଜସୁନାଖଳା ସ୍ଥିତ ଆଶୀର୍ବାଦ କଲ୍ୟାଣ ମଣ୍ଡପରେ ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ୱର, ଓଡିଶା ପକ୍ଷରୁ ରାଜ୍ୟ ସ୍ତରୀୟ ସନ୍ଥ ଭକ୍ତ ଚରଣ ପ୍ରତିଭା ସମ୍ମାନ – ୨୦ ୨୧ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଂସଦ ପ୍ରତିନିଧି ତଥା ପୂର୍ବତନ ରଣପୁର ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା, ମୁଖ୍ୟ ବକ୍ତା ଭାବେ ରଣପୁର ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା, ସମ୍ମାନିତ ଅତିଥି ଭାବେ ବ୍ଲକ ସଭାପତି ପାଣ୍ଡଵ ସେଠି, ଯୁବ ନେତା ସ୍ବର୍ଣ୍ଣ ପ୍ରକାଶ ରାଉତ୍ତରାୟ, ରାଜସୁନାଖଳା ସରପଞ୍ଚ ସସ୍ମିତା ସାହୁ, ଯୁବ ଛାତ୍ର ନେତା ଆଲୋକ ଜେନା, ଆଇନୀଜୀବୀ ରାମକୃଷ୍ଣ ପଟ୍ଟନାୟକ, ଚିତ୍ତରଞ୍ଜନ ପ୍ରଧାନ , ଟେଲିଭିଜନ ଉପସ୍ଥାପକ ଶ୍ରୀକାନ୍ତ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ l ଅତିଥିମାନଙ୍କୁ ଚନ୍ଦନ, ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l ଏହି ସଭାକାର୍ଯ୍ୟକୁ ଉତ୍କଳୀୟମ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଆଇନୀଜୀବୀ ରାଜିବ ଲୋଚନ ପ୍ରଧାନ ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ l ସନ୍ଥ ଭକ୍ତ ଚରଣଙ୍କ ବିଷୟରେ ରାଜସୁନାଖଳା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟକ୍ଷ ରବୀନ୍ଦ୍ର କୁମାର ସାହୁ ବିସ୍ତୃତ ଭାବେ ଆଲୋଚନା କରିବା ସହିତ ତାଙ୍କର ଗୁଣ ଗାନ କରିଥିଲେ l ଏହି ଉତ୍କଳୀୟମ ଫାଉଣ୍ଡେସନ କେବଳ ଓଡିଶା ନୁହେଁ ଓଡିଶା ବାହାରେ ଏକ ଟ୍ରଷ୍ଟ ଭାବେ କାର୍ଯ୍ୟ କରି ଆସୁଅଛି l ଏହି ଫାଉଣ୍ଡେସନ ବର୍ତମାନ ସୁଧା ୧୧ ଟି ରାଜ୍ୟରେ କାର୍ଯ୍ୟ କରି ଆସୁଅଛି l ଆଜିର କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା l ୨୦୧୪ ମସିହାରୁ ରାଜ୍ୟ ସ୍ତରୀୟ ସନ୍ଥ ଭକ୍ତ ଚରଣ ପ୍ରତିଭା ସମ୍ମାନ କାର୍ଯ୍ୟ ଆରମ୍ଭ ହୋଇଥିଲା l ଭକ୍ତ ଚରଣ ଦାସଙ୍କ ରଚିତ “ମନବୋଧ ଚଉତିଶା” ଏବେ ରାଜସୁନାଖଳା କି କେବଳ ଓଡିଶାରେ ସୀମିତ ହୋଇ ନାହିଁ, ତାହା ଦେଶ ବିଦେଶରେ ମଧ୍ୟ ପଠନ କରାଯାଉଛି ବୋଲି ଟେଲିଭିଜନ ଉପସ୍ଥାପକ ଶ୍ରୀକାନ୍ତ କୁମାର ନାୟକ ମତ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ଇଣ୍ଡିଆ ବୁକ ଅଫ ରେକର୍ଡ ଓ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ହାସଲ କରିଥିବା ସ୍ପ୍ରିଙ୍ଗ ଗାର୍ଲ ପ୍ରିୟା ପ୍ରିୟଦର୍ଶିନୀ ନାୟକ କିଛି ସମୟ ପର୍ଯ୍ୟନ୍ତ ଆକର୍ଷଣୀୟ ତଥା ଚମତ୍କାର ଭାବେ ଯୋଗ ପ୍ରଦର୍ଶନ କରିଥିଲେ l ଏଥିରେ ସ୍ପ୍ରିଙ୍ଗ ଗାର୍ଲ ପ୍ରିୟ ଦର୍ଶିନୀ ନାୟକ, ସାମାଜିକ କର୍ମୀ, ପ୍ରମୁଖ ସାମ୍ବାଦିକ, ପୋଲିସ, ସରପଞ୍ଚ, କୁନି ନୃତ୍ୟ ଶିଳ୍ପୀ, ଶିକ୍ଷକ, କବି କବୟିତ୍ରୀଙ୍କୁ ମାନପତ୍ର ଓ ଉପଢୌକନ ଦିଆ ଯାଇ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଓଡିଶାର କୋଣ ଅନୁକୋଣରୁ ବିଭିନ୍ନ ବ୍ୟକ୍ତି ଯୋଗ ଦେଇଥିଲେ l
ରାଜ୍ୟ ସ୍ତରୀୟ ସନ୍ଥ ଭକ୍ତ ଚରଣ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ !!!

