ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା କାର୍ଯ୍ୟ।ଳୟସ୍ଥ ଓସନ ହଲଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଜିଲ୍ଲାର କୋଭିଡ ସ୍ଥିତି ଓ ପରିଚାଳନାର ସମୀକ୍ଷା କରିଛନ୍ତି । ପର୍ବପର୍ବାଣୀ ଶେଷ ହେବା ପର୍ଯ୍ୟନ୍ତ ଡିସେମ୍ବର ମାସ ଯାଏ କୋଭିଡ ପ୍ରୋଟୋକଲ ଅନୁପାଳନର ଯାଞ୍ଚ ପ୍ରକ୍ରିୟା କଡାକଡି କରିବା ସହିତ ଲୋକମାନଙ୍କୁ ସଚେତନ କରିବାକୁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରତ୍ୟେକ ବ୍ଲକ , ଏନ.ଏ.ସି. ଓ ପୌରାଞ୍ଚଳରେ ସପ୍ତାହରେ ଅନ୍ୟୁନ ୨ ଥର ପ୍ରଚାର କରିବାକୁ କହିଛନ୍ତି । ଆଣ୍ଟିକେନ । ଆରଟି ପିସିଆର ଟେଷ୍ଟିଙ୍ଗ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଏବଂ ଟୀକାକରଣ ପାଇଁ ସମସ୍ତ ଉପଜିଲ୍ଲାପାଳ , ବିଡ଼ିଓ , ତହସିଲଦାରମାନେ ଅଧିକ ଯତ୍ନବାନ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସ୍ଥିତି ସଂପୂର୍ଣ୍ଣ ନ ସୁଧୁରିବା ପର୍ଯ୍ୟନ୍ତ ସମସ୍ତେ ଯେପରି କୋଭିଡ ପ୍ରୋଟୋକଲ ମାନି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବେ , ସେଥିପ୍ରତି ସଜାଗ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

5t ଅନ୍ତର୍ଗତ ମୋ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ , ଅକ୍ଟୋବର ୨ ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶୁଭାରମ୍ଭ ହେବାକୁ ଥିବା ବିଦ୍ୟାଳୟ ପରିବେଶକୁ ସବୁଜ ସୁନ୍ଦର କରିବା , ବର୍ଜ୍ୟ ବସ୍ତୁର ସଦୁପୋଯୋଗ କରି କମ୍ପାଷ୍ଟ ସାର ପ୍ରସ୍ତୁତ କରିବା , ପରିବେଶ ଅନୁକୂଳ ବାତାବରଣରେ ବିଦ୍ୟା ଅଧ୍ୟୟନ , କାଛି ଗୁଡିକରେ ମହାପୁରୁଷମାନଙ୍କ ଚିତ୍ର ଅଙ୍କନ , ପାରମ୍ପରିକ ଚିତ୍ରକଳା ଓ ନୀତିବାଣୀ ଆଙ୍କି/ଲେଖି ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ନିମନ୍ତେ ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ହେଉଥିବା ଆଣ୍ଟିକେନ ଏବଂ ଆରଟି ପିସିଆର ଟେଷ୍ଟ ଓ ଟୀକାକରଣ କାର୍ଯ୍ୟକ୍ରମ ସମ୍ପର୍କରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା.ଜ୍ୟୋତିଷ ଚନ୍ଦ୍ର ମହାପାତ୍ର , ଡି.ପି.ଏମ , ଏନ.ଏଚ.ଏମ. ସୋନାଲୀ ପ୍ରିୟଦର୍ଶିନୀ ବୈଠକରେ ଅବଗତ କରାଇବା ସହିତ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୭ ଲକ୍ଷ ୬୪ ହଜାରରୁ ଅଧୁକ ଲୋକଙ୍କର ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ ଡୋଜ ଟୀକା ଦିଆଯାଇଛି ବୋଲି ପ୍ରକାଶ କରିଛନ୍ତି । ଏହି ଭିସି ସମୟରେ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ଜୟକୃଷ୍ଣ ନାୟକ , ଆପତକାଳୀନ ଅଧିକାରୀ ଶ୍ରୀ ସ୍ମୃତି ରଞ୍ଜନ ମହାପାତ୍ର , ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି , ପୌର ଯନ୍ତ୍ରୀ ଶ୍ରୀମତୀ ରଶ୍ମିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

