ବାଣପୁରରେ ପୁଣି ସାତଦିନ ମଧ୍ୟରେ ଜଣେ ବ୍ୟକ୍ତି ନଦୀରେ ଭାସିଯାଇ ନିଖୋଜ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗତ ସପ୍ତାହରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ମାଣିକପୁର ଗ୍ରାମର ଜନୈକ ବ୍ୟକ୍ତି ଶାଳିଆ ନଈରେ ଭାସି ନିଖୋଜ ହୋଇଯାଇଥିବା ବେଳେ ଦୀର୍ଘ ଦୁଇ ଦିନ ପରେ ତାଙ୍କ ମୃତ ଶରୀରକୁ ନଦୀରୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ l ଅନୁରୂପଭାବେ ସମାନ ଘଟଣା ପୁଣି ଥରେ ଘଟିଯାଇଛି ବାଣପୁର ଥାନା ଅନ୍ତର୍ଗତ କୋଷରଡ଼ା ଗ୍ରାମରେ l ଜଣେ ବ୍ୟକ୍ତି ନଦୀ ପାର ହେଉଥିବାବେଳେ ନଦୀରେ ଭାସିଯାଇଥିବାର ଅଭିଯୋଗ ହୋଇଛି l ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୋରଡ଼ାପଲି ଗ୍ରାମର ବାଉରିଆ ଶବର(50) ଆଜି ସକାଳେ ଦୁଇ ସହଯୋଗଙ୍କ ସହ ଏକ ବାଇକ ଯୋଗେ ନିଜ ସମ୍ପର୍କୀୟଙ୍କ ଘର ଦାମିଆ ବରବରା ପଞ୍ଚାୟତ ଅନ୍ତର୍ଗତ କୋଷରଡ଼ା ଗ୍ରାମକୁ ଯାଇଥିଲେ l ତେବେ ଗ୍ରାମକୁ ଯିବାକୁ ହେଲେ ବାଇକ କୁ କୂଳରେ ଥୋଇ ନଦୀରେ ପହଁରି ଅନ୍ୟ ପାର୍ଶ୍ୱକୁ ଯିବାକୁ ପଡିଥାଏ l ତେବେ ସମ୍ପର୍କୀୟଙ୍କ ଘରୁ କାମ ସାରି ଅପରାହ୍ନ ଦୁଇ ଘଟିକାରେ ନିଜ ଗ୍ରାମ ସୋରଡ଼ାପଲି ଯିବାପାଇଁ ବାଉରିଆ ଏବଂ ଅନ୍ୟ ଦୁଇ ସହଯୋଗୀ ଉଦ୍ୟତ ହେଉଥୁବାବେଳେ ନଦୀରେ ପହଁରି ଆର ପାର୍ଶ୍ଵକୁ ଯିବା ସମୟରେ ନଦୀର ପ୍ରଖର ସ୍ରୋତରେ ବାଉରିଆ ଭାସିଯାଇଥିବାର ତାଙ୍କ ସହଯୋଗୀ କହିଛନ୍ତି l ବାଉରିଆ ନଦୀରେ ଭାସି ଶାଳିଆ ଡ୍ୟାମରୁ ପ୍ରତାପ ଅଭିମୁଖେ ଯାଇଥିବାର ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି l ତେବେ ଏ ନେଇ ବାଉରିଆଙ୍କ ସହଯୋଗୀ 112 କୁ ଫୋନ କରି ସୂଚନା ଦେବାପରେ ବାଣପୁର ଅଗ୍ନିଶମ ବାହିନୀ ଉଦ୍ଧାର ପାଇଁ ବାହାରି ପଡିଛନ୍ତି .

Leave a Reply

Your email address will not be published. Required fields are marked *