ହଜିଗଲାଣି ମାନବିକତା !!!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଚଳିତ ବର୍ଷର ଲଘୁଚାପ ଜନିତ ବର୍ଷା ଏବଂ ବନ୍ୟା ସମୟରେ ବାଙ୍କୀ ର ଭେଡା ରାମଚନ୍ଦ୍ରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପେଡି ଭିତରେ ସାପକୁ ଧରି ଗାଁ ଗଣ୍ତାରେ ବୁଲି ବୁଲି ସାପ ଖେଳାଇ ନିଜର ପେଟ ପୋଷୁଥିବା କେଳା ସଂପ୍ରଦାୟର ଲୋକଙ୍କୁ ଆଉ ଦେଖିବାକୁ ବର୍ତ୍ତମାନ ସମୟରେ ମିଳୁନାହିଁ । ସରକାର ବନ୍ୟଜନ୍ତୁ ଧରିବା ଏବଂ ତାହାକୁ ସର୍ବସାଧାରଣ ସ୍ଥାନରେ ପ୍ରଦର୍ଶନ କରାଇବା ଉପରେ ରୋକ ଲଗାଇଛନ୍ତି । କରୋନା ମହାମାରୀ ସମୟରେ ପେଟପାଟଣା ପାଇଁ ଗରୀବ ଗାଁ ଗାଁ ବୁଲୁଥିବା କେଳା ଦମ୍ପତି ଙ୍କୁ ଗାଁ ଦାଣ୍ତରେ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ଲଳିତ ମୋହନ ପଣ୍ତା ଏବଂ ତାଙ୍କ ସାଥି ସର୍ବ ସମ୍ମୁଖରେ ମାଡ ଗାଳି ଦେବାକୁ ବାଙ୍କୀର ବହୁ ସ୍ୱେଚ୍ଛାସେବୀ ସଂଗଠନ ଓ ବୁଦ୍ଧିଜିବୀ ଗ୍ରହଣ କରି ପାରୁନାହାନ୍ତି ।

କେଳା କୁ ମାଡ ମାରି ସାପ ଉଦ୍ଧାର କେଉଁ ଆଇନ ରେ ଲେଖା

ଜଣେ ଗରିବ ଅସହାୟ ବୃଦ୍ଧାଙ୍କର ବଞ୍ଚିବା ପାଇଁ ବିକଳପଣ ଦେଖିଲେ ଲାଗେ ସତରେ କଣ ଆମ୍ଭେ ସଭ୍ୟ ସମାଜରେ ଅଛେ !!! ସବୁବେଳେ ଆଇନ କୁ ନିଜ ହାତରେ ନନେଇ ପୋଲିସ ବିଭାଗର ସହଯୋଗ ନିଆ ଯାଇପାରିବ । କିଛି ଦେଖଣାହାରୀ ଙ୍କ କହିବା କଥା ବାଙ୍କୀ ର ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ସାପ ଧରିବା ଘଟଣାରେ ପାଞ୍ଚ ଶହ ଟଙ୍କା ମଧ୍ୟ ପ୍ରଥମେ ମାଗି ପରେ ସାପ ଧରୁଛନ୍ତି । ଏପରି କିଛି ତଥ୍ୟ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ଏଠାରେ ସୂଚନାଯୋଗ୍ୟ ଉକ୍ତ କେଳା ଦମ୍ପତି ଙ୍କ ଠାରୁ ସାପଟିକୁ ସ୍ନେକ୍ ହେଲ୍ପ ଲାଇନ ର ସଦସ୍ୟ ମାନେ ନେଇ ଗୋଟେ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡିଛନ୍ତି ଯାହା ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ସବୁ ସକରାତ୍ମକ କାର୍ଯ୍ୟକଳାପରେ ନିଜର ମାନବିକତାକୁ ବଳି ନ ପକାନ୍ତୁ ।

Leave a Reply

Your email address will not be published. Required fields are marked *