ବାଣପୁର ଏନ୍ଏସି ରେ “ଆଜାଦି କି ଅମୃତ ମହୋତ୍ସବ” ସପ୍ତାହ ପାଳନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସ୍ୱାଧୀନତାର ୭୫ ତମ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ସବୁଠି ପାଳନ କରାଯାଉଛି “ଆଜାଦି କି ଅମୃତ ମହୋତ୍ସବ” । ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା ନିର୍ମାଣକୁ ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ ୨୭ ସେପ୍ଟେମ୍ବର ଠାରୁ ୦୩ ଅକ୍ଟୋବର ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ପାଳନ କରାଯାଉଛି “ଆଜାଦି କି ଅମୃତ ମହୋତ୍ସବ” ।

କାର୍ଯ୍ୟକ୍ରମ ପାଳନ ଅବସରରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇ ଓଦା ଶୁଖିଲା ଆବର୍ଜନା ଅଲଗା , ସାର୍ବଜନୀନ ଶୌଚାଳୟ ସଫାଇ ଯାନ ଭାଗିଦାରୀ ଏବଂ ୟୁଜର ଫି କଲେକ୍ସନ ଇତ୍ୟାଦି କାର୍ଯ୍ୟକ୍ରମ କରାଯାଉଅଛି । ଉକ୍ତ କାର୍ଯ୍ୟକ୍ରମ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତିଙ୍କ ତତ୍ତ୍ୱାବଧାନରେ ପାଳନ ହେଉଥିବା ବେଳେ ପରିଚାଳନା ଦାୟିତ୍ୱ ବହନ କରିଛନ୍ତି ପରିମଳ ପରାମର୍ଶ ଅଧିକାରୀ ମନୋଜ କୁମାର ନନ୍ଦ । ଏଥିରେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ ବିଭିନ୍ନ ଏସଏଚଜି ଗ୍ରୁପର ସଦସ୍ୟ , ସ୍ୱଚ୍ଛସାଥି ,ସୁପର ଭାଇଜର ଏବଂ ଜମାଦାର ମାନେ ।

Leave a Reply

Your email address will not be published. Required fields are marked *