ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଅଞ୍ଚଳରେ ଏକ ବାଇକ ଦୁର୍ଘଟଣାରେ ଜଣେ ମହିଳା ଓ ନାବାଳକ ଗୁରୁତର ଆହତ ହୋଇଥିବା ବେଳେ ଆହତଙ୍କୁ 108 ଆମ୍ବୁଲାନସ ସେବା ନମିଳିବାରୁ ଦେଖା ଦେଇଛି ଉତ୍ତେଜନା ! ଦୁର୍ଘଟଣା ଗ୍ରସ୍ତଙ୍କ ପରିବାର 108 ଆମ୍ବୁଲାନସ ଡାକିଥିଲେ ସୁଦ୍ଧା , ସେବାରୁ ବଞ୍ଚିତ ହୋଇଥିବା ବେଳେ ଏହାକୁ ନେଇ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଉତ୍ତେଜନା ଦେଖା ଦେଇଥିଲା ! ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୁଇଟି 108 ଆମ୍ବୁଲାନ୍ସ ଥିବା ବେଳେ ସେବା ପାଇବାରୁ ବଞ୍ଚିତ ହୋଇଥିଲେ ଆହତ ! ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ଦେଖିବାକୁ ମିଳିଛି । ଏହି ଖବର ସୁକିନ୍ଦା ପୋଲିସ ପାଇ ସୁକିନ୍ଦା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଥିବା ଦେଖିବାକୁ ମିଳିଛି ।
ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ 108 ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ : ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା !!!

