ବଡ଼ମ୍ବା – ନରସିଂହପୁର ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଚିନିକଳ ବିବାଦ କୁ ନେଇ ମହା ଜନ ଆକ୍ରୋଶ ରାଲି !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡ଼ମ୍ବା – ନରସିଂହପୁର ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଚିନିକଳ ବିବାଦ କୁ ନେଇ ମହା ଜନ ଆକ୍ରୋଶ ରାଲି ! ଭାରତୀୟ ଜନତା ପାର୍ଟି ର ନେତା ବିଜୟ କୁମାର ଦଳବେହେରା ଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟି ର ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା, କଟକ ଜିଲ୍ଲା ସାଧାରଣ ସମ୍ପାଦକ ରାମ ନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ରେ ନିର୍ବାଚନ ମଣ୍ଡଳୀର ମଣ୍ଡଳ ସଭାପତି ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।

ସୂଚନା ଯୋଗ୍ୟ ଯେ ଆସନ୍ତା ୧୩ ରିଖ ରେ ବଡ଼ମ୍ବା ନିର୍ବାଚନ ମଣ୍ଡଳୀ ର ଏକମାତ୍ର ଚିନି ଶିଳ୍ପକୁ ରାଜ୍ୟ ସରକାର ଶାଗ ମାଛ ଦରରେ ନିଲାମ କରୁଥିବାରୁ ଅଞ୍ଚଳର ବହୁ ଚାଷୀ, ବୁଦ୍ଧିଜୀବୀ ଏବଂ ଜନସାଧାରଣ ଏହାକୁ ନିନ୍ଦା କରି ଭାରତୀୟ ଜନତା ପାର୍ଟି ର ନେତା ବିଜୟ କୁମାର ଦଳବେହେରା ଙ୍କ ହାତ ମୁଠା କୁ ଟାଣ କରିବା ସହିତ ଏ ଅଞ୍ଚଳ ର ଚିନି ଶିଳ୍ପ କୁ ନିଲାମ ରୁ ନିବୃତ ରଖିବା ପାଇଁ ଜନ ଆକ୍ରୋଶ ରାଲିରେ ଯୋଗ ଦେଇଥିଲେ ! ଘଟଣା ପ୍ରସଙ୍ଗରେ ପ୍ରାୟ ୭ ହଜାର ରୁ ୮ ହଜାର ଚାଷୀ ନିଜର ମତ ରଖିଛନ୍ତି । ଏହି ଜନ ଆକ୍ରୋଶ ସମାଗମ ବଡ଼ମ୍ବା ହାଟ ନିକଟ ମହାଦେବ ମନ୍ଦିର ରୁ ବାହାରି ବଜାର ପରିକ୍ରମା କରୀ ଗାନ୍ଧୀ ଛକ ରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ରେ ପୁଷ୍ପ ମାଲ୍ୟ ପ୍ରଦାନ କରି ସଭା ସ୍ଥଳ କୁ ଆସିଥିଲେ । କଟକ ଜିଲ୍ଲା ସାଧାରଣ ସମ୍ପାଦକ ଆବାହକତ୍ଵ ରେ ସଭା ପରିଚାଳନା ହୋଇଥିଲା । ରାଜ୍ୟ ସରକାର ଙ୍କ ଏଭଳି ହୀନ ଚକ୍ରାନ୍ତ ଏବଂ ସ୍ଥାନୀୟ ବିଧାୟକ ଙ୍କ ମଧୁ ଚନ୍ଦ୍ରିକା ରେ ବୁଡ଼ିବାକୁ ବସିଛି ବଡ଼ମ୍ବା ଅଞ୍ଚଳ ର ଏକମାତ୍ର ଚିନି ଶିଳ୍ପ । ରାଜ୍ୟ ସଭାପତି ଶ୍ରୀ ସାମଲ ରାଜ୍ୟ ସରକାର ଙ୍କୁ କଟୁ ସମାଲୋଚନା କରିବା ସହିତ ଆଗାମୀ ଦିନରେ ଭାରତିୟ ଜନତା ପାର୍ଟି କ୍ଷମତା କୁ ଆସିଲେ ଏହାକୁ ନବ କଳେବର କରିବା ପାଇଁ ଦୃଢ଼ ପ୍ରତିଶୃତି ଦେଇଛନ୍ତି !

 

Leave a Reply

Your email address will not be published. Required fields are marked *