ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଚଳିତ ମାଘ ସପ୍ତମୀରୁ ଆରମ୍ଭ ହୋଇଥିବା ଐତିହାସିକ ଖଣ୍ଡଗିରି କୁମ୍ଭମେଳା ଉଭୟ ଯାତ୍ରା ମହାସମର, ସାଧୂସନ୍ଥ ସମାଗମ ସାଙ୍ଗକୁ ଖଣ୍ଡଗିରି ଉଦୟଗିରି ମହୋତ୍ସବ ଦର୍ଶକଙ୍କୁ ଆକୃଷ୍ଟ କରିଛି | ଗୌରୀ ଗଣନାଟ୍ୟର ବହୁ ଚର୍ଚ୍ଚିତ ନାଟକ “ରାଣୀ ପଣ୍ଡାକୁ ଖଣ୍ଡଗିରି ମନା ” ପ୍ରଥମ ପର୍ଯ୍ୟାୟ ଯାତ୍ରାଯୁଦ୍ଧରେ ବାଜିମାତ ମାରିଛି | ସେହି ଗୋଟିଏ ନାଟକ ଗୋଟିଏ ମଞ୍ଚରେ ପୂର୍ଣ୍ଣ ପ୍ରେକ୍ଷାଳୟରେ ମଞ୍ଚସ୍ଥ ହୋଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛି | ଗୋଟେ ବାପା ମା ଛେଉଣ୍ଡ ଝିଅ କିପରି ପେଟ ପାଇଁ ସଂଘର୍ଷ କରି ବଞ୍ଚୁଛି…. ତାହାରି ଉପରେ କାହାଣୀ ପର୍ଯବେଶିତ | ବହୁ ସମୟ ଅଭିନୟ ଏବଂ କାଟୁଶବ୍ଦ ପାଇଁ ଅଭିନେତ୍ରୀ ରାଣୀ ପଣ୍ଡା ବିବାଦୀୟ ଓ ଚର୍ଚ୍ଚିତ ରହିଥାନ୍ତି | ନୃତ୍ୟ ଏବଂ ସିରିଏଲରେ ଅଭିନୟ କରୁଥିବା ରାଣୀ ପଣ୍ଡା ପ୍ରଥମେ ଖଣ୍ଡଗିରି ଯାତ୍ରାରେ ରଙ୍ଗମହଲ ଅନୁଷ୍ଠାନରେ ଆଇଟମ ଡ୍ୟାନ୍ସର ଭାବେ ଅଭିନୟ କରିଥିଲେ | ଏକ ଗୀତରେ ଅତିଶୟ ଉତ୍ସାହିତ ହୋଇ ଜଣେ ଯାତ୍ରା ଦର୍ଶକଙ୍କ କାନ କାମୁଡି ବିବାଦ ଘେରକୁ ଆସିଥିଲେ | ସେବେଠୁ ଖଣ୍ଡଗିରି ଯାତ୍ରାରେ ବିଭିନ୍ନ ଆୟୋଜକ କମିଟି ତରଫରୁ ଖଣ୍ଡଗିରିରେ ତାଙ୍କୁ ନୃତ୍ୟ କରିବା ପାଇଁ ବାରଣ କରାଯାଇଥିଲା | ଯଦିଓ ପରେ ତାଙ୍କୁ ନେଇ ଯାତ୍ରା ସଚ୍ଚିଦାନନ୍ଦରେ ନାଟ୍ୟକାର ହର ବାରିକ ରଚନା କରିଥିଲେ, ଆଇଟମ ଗ୍ୟାର୍ଲସ ନାଟକ | ଗତବର୍ଷ ନାଟ୍ୟକାର ଦୀପକ ଜେନା ରାଣୀ ପଣ୍ଡାଙ୍କ ବାସ୍ତବ ଜୀବନକୁ ନେଇ ଗୌରୀ ଗଣନାଟ୍ୟ ପାଇଁ “ରାଣୀ ପଣ୍ଡାକୁ ଖଣ୍ଡଗିରି ମନା “ନାଟକ ଲେଖିଥିଲେ | ଓଡ଼ିଶାର ସବୁ କ୍ୟାମ୍ପରେ ଏହି ସତ କଥାକୁ ନେଇ ନିର୍ମିତ ନାଟକକୁ ଦର୍ଶକ ପ୍ରଶଂସା କରିବା ସହିତ ରାଣୀ ପଣ୍ଡାଙ୍କ ଅଭିନୟକୁ ତାରିଫ କରିଥିଲେ | କରୋନା ମହାମାରୀ ସମୟରେ ରାଣୀ ପଣ୍ଡା ନିଜର ସବୁ ରୋଜଗାରକୁ ଅସହାୟ କଳାକାର, ଗରିବ ଲୋକଙ୍କୁ ମାକ୍ସ, ଆର୍ଥିକ ସହାୟତା ସାଙ୍ଗକୁ ଶୁଖିଲା ଖାଦ୍ୟ ଓ ବସ୍ତ୍ରଦାନ କରିଥିଲେ | ପ୍ରତିବର୍ଷ ବାଙ୍କୀ ଡମପଡା ବ୍ଲକ ଯେବେ ବନ୍ୟାରେ ଉବୁଟୁବୁ ହୁଏ, ରାଣୀ ପଣ୍ଡା ସ୍ୱୟଂ ଦେବୀ ପରି ଛିଡ଼ାହୋଇ ବନ୍ୟା ପ୍ରପୀଡ଼ିତଙ୍କୁ ସମସ୍ତ ପ୍ରକାର ସହଯୋଗ କରିଥାନ୍ତି | ବାଙ୍କୀ ମାଟି ସହିତ ସାମାଜିକ ଓ ସାଂସ୍କୃତିକ କାମରେ ସଦାସର୍ବଦା ଜଡିତ ରହିଥାନ୍ତି ଏହି ଯୁବ ଅଭିନେତ୍ରୀ ଓ ସମାଜସେବୀ ରାଣୀ ପଣ୍ଡା | ମକର ମେଳା ରେ କିଛିଦିନ ତଳେ ସିଂହନାଥ ପୀଠରେ ଜଣେ ନା ବାଳକ ପ୍ରତିଦିନ ନଳି ବିକି ପରିବାର ଚଳାଉଥିଲେ | ଗଣମାଧ୍ୟମରୁ ଶୁଣି ସହଯୋଗ କରିବାକୁ ଛୁଟି ଆସିଥିଲେ ସେହି ପୁଅର ପରିବାରକୁ… ଅଂଶୁପା ଆଠଗଡ଼ ରାସ୍ତାରେ ତାଙ୍କ ଗାଡି ଦୁର୍ଘଟଣା ଘଟି ଜଣେ ବାଇକ ଚାଳକ ମୃତ୍ୟୁ ବରଣ କରିଥିଲେ | ଏବେ ବି ସେହି ପରିବାରକୁ ପୋଷ୍ୟ ପରିବାର ସଦସ୍ୟ ଭାବେ ଚଳେଇ ଆସୁଛନ୍ତି | କେବଳ ବାଙ୍କୀ ନୁହେଁ, ସମଗ୍ର ଓଡିଶାର ସୁନା ଝିଅ ରାଣୀ ପଣ୍ଡା କହିଲେ ଅତ୍ୟୁକ୍ତି ହେବନି | ଖଣ୍ଡଗିରି ଯାତ୍ରା ମହାସମରର ପ୍ରଥମ ଦିନ ନାଟକ ମଞ୍ଚସ୍ଥ ପୂର୍ବରୁ ନିଜେ ରାଣୀ ପଣ୍ଡା ବାଙ୍କୀ ଆସି ମା ଚର୍ଚ୍ଚିକା ପୀଠରେ ପୂଜା କରି ସମଗ୍ର ଦର୍ଶକ ଦେବତାଙ୍କ ମଙ୍ଗଳକାମନା କରିଥିଲେ | ରାଣୀ ପଣ୍ଡାଙ୍କ ସମାଜସେବା ଓ ଅଭିନୟକୁ ଦର୍ଶକ ବହୁ ମାତ୍ରାରେ ଭଲ ପାଉଥିବାର ଖଣ୍ଡଗିରି ଯାତ୍ରା ଜଣେଇ ଦେଇଛି | ଯେହେତୁ ସାରା ଓଡିଶା ତାଙ୍କୁ ବହୁତ ଭଲ ପାଉଛି… ତେଣୁ ସେ ନିଜକୁ ସାମାଜିକ ଗଣମାଧ୍ୟମରେ ଲୋକଙ୍କ ହକ ପାଇଁ ଅପ୍ରିୟ ସତ କଥା କହୁଥିବା ବେଳେ ଭାଷା ସଂଯମତରେ ନିଜକୁ ନିୟନ୍ତ୍ରଣ ରଖିବେ ବୋଲି କଥା ଛଳରେ ଆମ ପ୍ରତିନିଧିଙ୍କୁ କହିଛନ୍ତି |
ଗୌରୀ ଗଣନାଟ୍ୟର ବହୁ ଚର୍ଚ୍ଚିତ ନାଟକ “ରାଣୀ ପଣ୍ଡାକୁ ଖଣ୍ଡଗିରି ମନା ” !!!

