ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ନାଚୁଣୀ ଥାନା ଅଞ୍ଚଳରେ ବାଲୁଗାଁ ଅବକାରୀ ବିଭାଗ ଚଢ଼ାଉ କରି ଦୁଇଜଣ ଚୋରା ଦେଶୀ ମଦ ବେପାରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ ବାଲୁଗାଁ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ନାଚୁଣୀ ଥାନା ଅଞ୍ଚଳରେ ଚଢ଼ାଉ କରି ଦେଶୀ ମଦ ବ୍ୟବସାୟୀ ଗୋବିନ୍ଦ ପଲେଇ ଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୯ ଲିଟର ଆସ୍କା ଫଟି ଜବତ କରିଛି ! ବାଣପୁର ଥାନା ଅଞ୍ଚଳରେ ଚଢାଉ କରି ରାଣୀପଡ଼ା ଗ୍ରାମର କାର୍ତ୍ତିକ ଦାସଙ୍କ ନିକଟରୁ ୯୦ ଲିଟର ଦେଶୀ ମଦ ସମେତ ଏକ ବାଇକ ଜବତ କରିଛି ଅବକାରୀ ବିଭାଗ । ଦୁଇ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଅବକାରୀ ଥାନାରେ ମାମଲା ରୁଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବାର ବାଲୁଗାଁ ଅବକାରୀ ଅଧିକାରୀ ସ୍ମିତା ପଣ୍ଡା ସୂଚନା ଦେଇଛନ୍ତି ।।
ବାଣପୁର ଓ ନାଚୁଣୀ ଥାନା ଅଞ୍ଚଳରେ ଅବକାରୀ ଚଢାଉ : ଦୁଇ ଗିରଫ !!!

