ଓଡ଼ିଶାରେ ଗୋହତ୍ୟା ବନ୍ଦ ପାଇଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ !!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ରାଜ୍ୟରେ ସଂପୂର୍ଣ୍ଣ ଭାବରେ ଗୋହତ୍ୟା ବନ୍ଦ ପାଇଁ ଗତ ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହୋଇଥିବା “ଓଡି଼ଶାରେ ଗୋହତ୍ୟା ବନ୍ଦ ହେବା ଆମର ଦାବି” ଶାନ୍ତିପୂର୍ଣ ଆନ୍ଦୋଳନ ବାବା ଲିଙ୍ଗରାଜ ଗୋଶାଳା ସାମ୍ନା ନୂଆ ଗାଁ ଛକ, ସାମନ୍ତରାପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଆନ୍ଦୋଳନକୁ ଜୋରଦାର କରି ଦାବୀର ସ୍ୱରକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ସମସ୍ତ ଗୋଭକ୍ତ ମାନଙ୍କୁ ବିନମ୍ର ଅନୁରୋଧ କରିଛନ୍ତି ସଂଗଠନର କାର୍ଯ୍ୟକର୍ତ୍ତା . ଯେକୌଣସି ସଂଗଠନ ମାଧ୍ୟମରେ ହେଉ , ଯେଉଁ ସ୍ଥାନରେ ହେଉ ପଛେ ଗୋହତ୍ୟା ଏବଂ ଗୋଚାଲଣ ବିରୋଧରେ ତିବ୍ର ଆନ୍ଦୋଳନ କରିବାକୁ ଆହ୍ୱାନ ଦେଇଛନ୍ତି ଆନ୍ଦୋଳନକାରୀ . ଓଡି଼ଶା ରେ ତୁରନ୍ତ ଗୋସୁରକ୍ଷା ଆଇନ କାର୍ଯ୍ୟକାରୀ କରି ଏହାକୁ କଡାକଡି ଭାବରେ ଲାଗୁ କରିବା ସରକାରଙ୍କୁ ଦାବୀ କରାଯାଇଛି ।

Leave a Reply

Your email address will not be published. Required fields are marked *