ମା ଅମ୍ବିକେଶ୍ୱରୀ କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ରାତ୍ରି କାଳୀନ କବେଇଦେଇ ପ୍ରିମିୟମ ଲିଗ ଉଦଯାପିତ ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ବ୍ଲକ କିଶନନଗର ଉପକଣ୍ଠ ବାରଦା ଗ୍ରାମ କବେଇ ସାହି ସ୍ଥିତ ମା ଅମ୍ବିକେଶ୍ୱରୀ କ୍ରିକେଟ କ୍ଲବ ଏବଂ କଟକ ସଦର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ” ସଂଯୋଜନାରେ ଏକ ରାତ୍ରି କାଳୀନ ପ୍ରିମିୟମ ଲିଗ ମା ଅମ୍ବିକେଶ୍ୱରୀ ଖେଳ ପଡିଆରେ ଅନୁଷ୍ଠିତ ହୋଇ ଯାଇଛି . ଟୁର୍ଣ୍ଣାମେଣ୍ଟରେ ସର୍ବମୋଟ ୮ଟି ଟିମ ଅଂଶ ଗ୍ରହଣ କରିଥିବା ବେଳେ ସତ୍ୟନାରାୟଣ ପ୍ରୋଗ୍ରେସିଭ କ୍ଲବ ବରଦା ୮ ଓଭରରେ ୭୭ ରନ କରି ବିଜୟ ଲାଭ କରି ବିଜୟୀ ପଦକ ଲାଭ କରିଥିବା ବେଳେ ଉପ ବିଜେତା ଦଳ ନାନକେରା ଡବ୍ଲୁଏସ କ୍ରିକେଟ କ୍ଲବକୁ ରନର୍ସକପ ପ୍ରଦାନ କରାଯାଇଛି . ମ୍ୟାନ ଅଫଦି ମ୍ୟାଚ ଓ ସିରିଜ ପାଇଁ ଅଭୟ ଦାସଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ପ୍ରିମିୟମ ଲିଗର ପୁରସ୍କାର ବିତରଣୀ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ପ୍ରଣବ ରାୟ, ସୁଧାକର ସାହୁ, ପ୍ରଦୀପ ଦାସ, ସମୀର ସିହ୍ନ।, ଲଳିତ ସିହ୍ନ।, ଦିଲୀପ ସିହ୍ନ।, ସଂଜୟ ସେଠୀ, ସଂଜୟ ସିହ୍ନ।, ତାପସ ସିହ୍ନ। ପ୍ରମୁଖ ଯୋଗଦାନ କରିଥିଲେ । ଅମ୍ପେୟାର ଭାବେ ତ୍ରିଦୀପ୍ତ ଦାସ, ଆଶିଷ ସିହ୍ନ। ମ୍ୟାଚ ପରିଚାଳନା କରିଥିଲେ , କ୍ଲବର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *