ଅରପୁର ଗ୍ରାମରେ ପଲସ ପୋଲିଓ ଟିକାଦାନ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଗ୍ରାମ ପଂଚାୟତର ଅରପୁର ଗ୍ରାମରେ ଗୋଟିଏ ଦିନରେ ସମ୍ପୂର୍ଣ ହୋଇଛି ପଲସ ପୋଲିଓ ଟିକାଦାନ କାର୍ଯ୍ୟକ୍ରମ | ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ତାଳବସ୍ତ ପ୍ରାଥମିକ ସ୍ୱାସ୍ଥକେନ୍ଦ୍ର ତରଫରୁ ପୋଲିଓ ବଣ୍ଟନ ଦାୟିତ୍ୱରେ ଥିବା ଆଶା କର୍ମୀ ମିନାକ୍ଷୀ ନାୟକ ଏବଂ ଅଙ୍ଗନବାଡି କର୍ମୀ ସୁମିତ୍ରା ଜେନାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ଲୋକେ | ସ୍ୱାସ୍ଥ୍ୟ ବିଭାଗ ତରଫରୁ ନବଜାତକ ରୁ 5 ବର୍ଷ ପର୍ଯ୍ୟନ୍ତ ଦିଆ ଯାଉଥିବା ପୋଲିଓ ବୁନ୍ଦାକୁ ଅରପୁର ଗ୍ରାମରେ ଅସହ୍ୟ ଗରମ ଗୁଳୁଗୁଳି ଭିତରେ ବି ଦୁଇ କର୍ମଚାରୀ ପ୍ରଥମ ଦିନରେ ହିଁ ସମ୍ପୂର୍ଣ କରି 70 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇ କାର୍ଯ୍ୟକ୍ରମକୁ ଶେଷ କରିଛନ୍ତି |

Leave a Reply

Your email address will not be published. Required fields are marked *