ଶ୍ରୀ ଗଣେଶ ପୂଜାରେ ଉତ୍ସବମୁଖର ହୋଇ ଉଠିଛି ଏକାମ୍ର କ୍ଷେତ୍ର !!!

Spread the love

ଏକାମ୍ର ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଦୀପକ କୁମାର ପଣ୍ଡା : ଶ୍ରୀ ଗଣେଶ ପୂଜାରେ ଉତ୍ସବମୁଖର ହୋଇ ଉଠିଛି ଏକାମ୍ର କ୍ଷେତ୍ର ! ଗଜାନନ ଙ୍କ ର ସୁଉଚ୍ଚ ମୂର୍ତ୍ତି , ସୁନ୍ଦର ଆକର୍ଷଣୀୟ ତୋରଣ , ରଙ୍ଗୀନ ଆଲୋକମାଳା ରେ ଝଲସୁଛି ପୁରୁଣା ଭୁବନେଶ୍ୱର ! ସୁନ୍ଦରପଦା ରୁ ସାମନ୍ତରାପୁର ଯାଏଁ ପୂଜା ମଣ୍ଡପରେ ଲାଗି ରହିଛି ଶ୍ରଦ୍ଧାଳୁଙ୍କ ଗହଳି ! କପିଳ ପ୍ରସାଦ , ବଢେଇବାଙ୍କ , ତିନି ମୁଣ୍ଡିଆ , ହାଟ ସାହି , ଆନି ହାଉସ ଛକ , କେଉଟ ସାହି ଛକ , ପୋଖରୀପୁଟ , କାରଗିଲ ବସ୍ତି , ଭୀମଟାଙ୍ଗି ସବୁ ସ୍ଥାନରେ ସୁଦୃଶ୍ୟ ମୂର୍ତ୍ତୀ ଆକର୍ଷଣୀୟ ସାଜସଜା ଭକ୍ତଙ୍କୁ ଟାଣି ଆଣୁଛି ! ପ୍ରାୟତ ପ୍ରତ୍ୟେକ ପୂଜା ମଣ୍ଡପରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରସାଦ ସେବନ ର ଆୟୋଜନ ହେଉଛି !

Leave a Reply

Your email address will not be published. Required fields are marked *