ବଦଳି ପରେ ବି ଗାଦି ଛାଡୁ ନାହାନ୍ତି ଶ୍ରମବିଭାଗ କର୍ମଚାରୀ !

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ ଅଫିସ୍ ରେ ବହୁ କର୍ମଚାରୀ ଦୀର୍ଘ ୫ ରୁ ୭ବର୍ଷ ହେଲା କାର୍ଯ କରି ଆସୁଛନ୍ତି । ନିର୍ମାଣ ଶ୍ରମିକଙ୍କୁ ରିନ୍ୟୁଆଲ କରିବା, ଶିକ୍ଷା, ବିବାହ, ମୃତ୍ୟୁକାଳୀନ ସହାୟତା ଆଦି କରାଇ ଦେବା ନିମନ୍ତେ ପ୍ରଚୁର ଟଙ୍କା ଆଦାୟ କରୁଥିବାର ଅଭିଯୋଗ ଆସିଛି । ମଦ ମାଂସ ନଦେଲେ କାମ ହେଉ ନଥିବାର ବହୁବାର ଲିଖିତ ଅଭିଯୋଗ ମଧ୍ୟ ହୋଇଛି । ଲାଞ୍ଚଖାଇ ଭିଜିଲାନ୍ସ ଜାଲରେ ମଧ୍ୟ ପୂର୍ବରୁ ଏହି ଅଫିସରେ କାର୍ଯ୍ୟରତ କର୍ମଚାରୀ ଜେଲ ଯାଇଛନ୍ତି । ଗତ ୫ବର୍ଷ ଭିତରେ ୨ଜଣ ୱେଲଫେୟାର୍ କୋର୍ଡିନେଟର୍ ବିଦା ହୋଇଛନ୍ତି । ମାତ୍ର ଦୁର୍ନୀତି କମିବାର ନାଁ ଧରୁନି । ବର୍ତମାନ ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ରମେଶ ସେଠୀଙ୍କର ଗଜପତି ଜିଲ୍ଲାକୁ ବଦଳି କରାଯାଇଥିବା ବେଳେ ମଙ୍ଗଳ କୋର୍ଡିନେଟର୍ କାହ୍ନୁଚରଣ ପ୍ରଧାନଙ୍କ ର କନ୍ଧମାଳ ଏବଂ ଡାଟାଏଣ୍ଟ୍ରି ଅପରେଟର୍ ପବିତ୍ର ଜେନାଙ୍କର ଜଗତସିଂହପୁର ଜିଲ୍ଲାକୁ ବଦଳି ନିର୍ଦ୍ଦେଶ ଆସିଥିଲେ ମଧ୍ୟ ସେମାନେ ଏଠାରୁ ଯିବାକୁ ନାରାଜ । ଜୋର ଜବରଦସ୍ତ ଗାଦି ମାଡି ରହିଥିବା ବେଳେ ଅନ୍ୟ ଜିଲ୍ଲାରୁ ରିଲିଭ୍ ହୋଇ ଆସିଥିବା କର୍ମଚାରୀ ମାନଙ୍କୁ ବିଭିନ୍ନ ଧମକଚମକ ଦେବାସହ ଆକ୍ରମଣ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ କି, ଏମାନେ ଅସ୍ଥାୟୀ କର୍ମଚାରୀ ହୋଇଥିଲେ ମଧ୍ୟ ନିଜ ଦରମାର ୧୦ଗୁଣ ଅଧିକ ହାତଗୁଞ୍ଜା ପାଉଥିବାରୁ ଏବଂ ନିଜ ଜିଲ୍ଲାରେ ରହି ଏକଛତ୍ର ଶାସନ ଚଳାଇ ଥିବାରୁ ଏଭଳି ସୁବିଧା ଅନ୍ୟ ଜିଲ୍ଲାରେ ମିଳିବା ସନ୍ଦେହ ! ତେଣୁ ଏଭଳି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରୁ ବହିଷ୍କାର କରିବାକୁ ନୟାଗଡ଼ର ବହୁ ଶ୍ରମିକ, ସାମାଜିକ କର୍ମୀ ଏବଂ ବୁଦ୍ଧିଜୀବୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *