ଡମପଡା ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ଭାବରେ ଭାଗିରଥି ପାଣି ମନୋନୀତ !!!

Spread the love

ମନରେଗା ମହାଦୁର୍ନୀତିରେ ଛନ୍ଦି ହୋଇ ବିଦା ହେଲେ ଅସୀତ ଜେନା !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିର୍ବାଚନ ମଣ୍ଡଳୀ ଡମପଡା ବ୍ଲକ ବିଜୁ ଯୁବ ଜନତା ଦଳ ର ନୂତନ ସଭାପତି ଭାବରେ ଭାଗିରଥି ପାଣି ଙ୍କୁ ମିଳିଲା ଦାୟିତ୍ୱ . ଡମପଡା ବ୍ଲକ ର ବିଭିନ୍ନ ମନରେଗା ପ୍ରକଳ୍ପ ନିର୍ମାଣ କାମରେ ଦୁର୍ନୀତିର ଅଭିଯୋଗ ଆସିବା ପରେ ନିଜ ପଦବୀରୁ ବିଦା ହୋଇଛନ୍ତି ବିବାଦୀୟ ନେତା ତଥା କୁସୁପଙ୍ଗି ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ଅସୀତ ଜେନା . ବିଗତ ଦିନରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଦଳୀୟ ଶୀର୍ଷ ନେତାଙ୍କ ଚାପରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ ଅସୀତ ଜେନା , ଅବଶ୍ୟ ସେ ନିଜ ଆଡୁ ଇସ୍ତଫା ନ ଦେଇଥିଲେ ପଦବୀରୁ ତଡା ଖାଇବାଟା ଥୟ ଥିଲା . କଟକ ଜିଲ୍ଲା ଯୁବ ବିଜେଡି ସଂଗଠନ ତରଫରୁ ତାଙ୍କ ଇସ୍ତଫା ଗ୍ରହଣ ସହିତ ବାଙ୍କୀ ନିର୍ବାଚନ ମଣ୍ଡଳୀର ଦୁଇଟି ବ୍ଲକ ଏବଂ ଏନଏସି ସଭାପତିଙ୍କ ନାମ ଘୋଷଣା କରାଯାଇଛି . ଡମପଡା ବ୍ଲକ ସଭାପତି ଭାବରେ ଭାଗିରଥି ପାଣି , ବାଙ୍କୀ ଏନଏସି ସଭାପତି ଭାବରେ ପଠାଣି ବେହେରା , ବାଙ୍କୀ ବ୍ଲକ ସଭାପତି ଭାବରେ ସୁବାଷ କୁମାର ସ୍ୱାଇଁ ଙ୍କ ନାମ ବିଧିବଦ୍ଧ ଭାବରେ ଘୋଷଣା କରାଯାଇଛି .

ଅଗଷ୍ଟ ୯ ତାରିଖରେ ଏ ଖବର ପ୍ରସାରଣ କରିଥିଲା ଆୱାଜ ମିଡ଼ିଆ

Leave a Reply

Your email address will not be published. Required fields are marked *