ସରପଞ୍ଚ ପ୍ରତିନିଧିଙ୍କ ମନମାନୀରେ ଚାଲିଛି ନନ୍ଦପୁର ଟୀକାଦାନ କେନ୍ଦ୍ର !!!

0
230

7 total views , 1 views today

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ସୁବିଧାରେ ଟୀକା ଦେବାର ବ୍ୟବସ୍ଥା କରିଥିବା ନେଇ ଡେଙ୍ଗୁରା ପିଟୁଥିବା ବେଳେ ବାଣପୁର ବ୍ଲକ ନନ୍ଦପୁର ପଞ୍ଚାୟତରେ ଟୀକାଦାନରେ ଦେଖାଦେଇଛି ବ୍ୟାପକ ଅବ୍ୟବସ୍ଥା . ମେଘମ୍ବାରି କଲ୍ୟାଣୀ ମଣ୍ଡପ ଠାରେ ନୂତନ ଭାବେ ଏକ ଟୀକାଦାନ କେନ୍ଦ୍ର ଖୋଲା ଯାଇଛି l ଉକ୍ତ କେନ୍ଦ୍ରରେ ଲୋକମାନେ ଦୀର୍ଘ ସମୟ ଧରି ଲାଇନ ରେ ଛିଡା ହୋଇ ଟୀକା ନଦେଇ କି ଟୋକାନ ଖଣ୍ଡେ ନପାଇ ଘରକୁ ଫେରୁଛନ୍ତି l ଖବର ନେବାରେ ଜଣାପଡିଛି , ସରପଞ୍ଚଙ୍କ ପ୍ରତିନିଧି ଏଠାରେ ପାଞ୍ଚଦିନ ପୂର୍ବରୁ ମନଇଛା ଟୋକନ ବାଣ୍ଟି ଦେଇଛନ୍ତି l ସରପଞ୍ଚଙ୍କ ପ୍ରତିନିଧି ସର୍ବସାଧାରଣରେ ଟୋକନ ନ ବାଣ୍ଟି ମନମାନୀ କରି ନିଜଲୋକ ଦେଖି ଆଗରୁ ଟୋକନ ଦେଇଥିବାରୁ ସାଧାରଣରେ ଅଶାନ୍ତି ସୃଷ୍ଟି ହୋଇଛି l ପ୍ରକାଶ ଥାଉକି ମେଡିକାଲରୁ ଟୀକା ଦେବାକୁ ଆସିଥିବା ଷ୍ଟାଫ ଦୀର୍ଘ ଏକଘଣ୍ଟା ଅପେକ୍ଷା କଲା ପରେ ସରପଞ୍ଚଙ୍କ ପ୍ରତିନିଧି ଟୀକା କେନ୍ଦ୍ରକୁ ଚାବି ଖୋଲିବାକୁ ଆସନ୍ତି l ଏ ସମ୍ପର୍କରେ ଆମ ପ୍ରତିନିଧି ପଚାରିବାରେ ସେ ଏହାର କୌଣସି ଉତ୍ତର ଦେଇନଥିଲେ .

LEAVE A REPLY

Please enter your comment!
Please enter your name here